ଦୂତୀ ଚାନ୍ଦଙ୍କୁ ସ୍ୱାଗତ କଲେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ: ଇଟାଲିର ନାପୋଲିଠାରେ ହେଉଥିବା ଓ୍ଵାର୍ଲଡ ୟୁନିଭରସିଟି ଗେମ୍‌ସରେ ୧୦୦ମିଟର ଦୌଡ଼ରେ ଦୌଡ଼ରାଣୀ ଦୂତୀ ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଫେରିଥିବା ବେଳେ ତାଙ୍କୁ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ କରିଛନ୍ତି।

www.aninews.in

ଦୂତୀ ୧୧.୩୨ ସେକେଣ୍ଡ୍‌ ରେସ୍‌ରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ସେ ୧୧.୨୪ ସେକେଣ୍ଡ୍‌ରେ ୧୦୦ ମିଟର୍‌ ଦୌଡ଼ି ପୂର୍ବରୁ ରେକର୍ଡ କରି ସାରିଥିଲେ।

ସ୍ପ୍ରିଣ୍ଟର ଦୂତୀ ବିଜୟିନୀ ହେବା ପରେ ଟ୍ଵିଟର୍‌ରେ ତାଙ୍କ ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ପିକ୍‌ଡ ଇଟ୍‌ ଅପ୍‌’।

ସେ ଆଉ ଏକ ଟ୍ଵିଟ୍‌ କରି ଲେଖିଛନ୍ତି, ‘ମୋତେ ତଳକୁ ନେବାକୁ ଚେଷ୍ଟା କର। ମୁଁ ଆହୁରି ଶକ୍ତିଶାଳୀ ହୋଇ ବାହାରିବି।’

ନିକଟ ଅତୀତରେ ଦୂତୀ ତାଙ୍କ ବ୍ୟକ୍ତିଗତ ସଂପର୍କକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ସେ ଜଣେ ଝିଅ ସହ ସମଲୀଙ୍ଗୀ ସଂପର୍କରେ ଥିବା ନେଇ ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

www.aninews.in

ଏ ସଂପର୍କରେ ଦୂତୀ କହିଥିଲେ ‘ ଏହା ମୋ ବ୍ୟକ୍ତିଗତ ମାମଲା। ମାସେ କି ଦୁଇ ମାସ ଭିତରେ ଏହା ଠିକ୍‌ ହୋଇଯିବ। ଅନ୍ତର୍ଜାତୀୟ ସ୍ତରରେ ଏମିତି ଅନେକ ଖେଳାଳି ସମଲୀଙ୍ଗୀ ସଂପର୍କରେ ରହିଛନ୍ତି।’

ସମ୍ବନ୍ଧିତ ଖବର