ଭୋପାଳ: ମଧ୍ୟପ୍ରଦେଶରେ ଜଣେ ଡିଜି ର୍ୟାଙ୍କ୍ର ଅଧିକାରୀ ତାଙ୍କ ପତ୍ନୀଙ୍କୁ ମାଡ ମାରିବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ କେନ୍ଦ୍ରକରି ସଂପ୍ରତି ଦେଶବ୍ୟାପୀ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। ସଂପୃକ୍ତ ଅଧିକାରୀଙ୍କ ପରକୀୟା ପ୍ରୀତିକୁ ତାଙ୍କ ପତ୍ନୀ ଧରି ପକାଇବା ପରେ ସେ ପତ୍ନୀଙ୍କ ଉପରେ ଏପରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
DNAହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମଧ୍ୟପ୍ରଦେଶର ଅତିରିକ୍ତ ଡିଜି (ଏଡିଜି) ପୁରୁଷୋତ୍ତମ ଶର୍ମାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ସଂପର୍କ ରହିଥିଲା। ଏଘଟଣା ଜାଣିବା ପରେ ଏଡିଜି ଶର୍ମାଙ୍କ ପତ୍ନୀ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ଏଡିଜି ଶର୍ମା ସଂପୃକ୍ତା ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ସେ ସେମାନଙ୍କୁ ଧରି ପକାଇଥିଲେ। ପରେ ଘରକୁ ଫେରିବା ପରେ ଏହି ଘଟଣାକୁ କେନ୍ଦ୍ରକରି ଏଡିଜି ଶର୍ମା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏବଂ ଏଡିଜି ଶର୍ମା ରାଗିଯାଇ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ।
ଏ ଘଟଣା ଜାଣିବା ପରେ ଏଡିଜି ଶର୍ମାଙ୍କ ପୁଅ ପାର୍ଥ ଘର ସିସିଟିଭି କ୍ୟାମେରାରେ କୈଦ ହୋଇଥିବା ଏହି ଘଟଣାର ଭିଡିଓକୁ ରାଜ୍ୟ ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କ ନିକଟକୁ ପଠାଇ ପିତା ଏଡିଜି ଶର୍ମାଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରଛନ୍ତି। ଉଲ୍ଲେଖଯୋଗ୍ୟ, ଏଡିଜି ଶର୍ମାଙ୍କ ପୁଅ ପାର୍ଥ ଗୌତମ ଶର୍ମା ମଧ୍ୟ ୨୦୧୪ ବ୍ୟାଚ୍ର ଜଣେ ଇଣ୍ଡିଆନ ରେଭିନ୍ୟୁ ସର୍ଭିସ୍ (ଆଇଆରଏସ୍) ଅଧିକାରୀ।
ଅନ୍ୟ ପକ୍ଷରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ସେ ଘଟଣା ବିଷୟରେ ଶୁଣିିଛନ୍ତି। ତେବେ, ଏସଂପର୍କରେ ଲିଖିତ ଆକାରରେ ଅଭିଯୋଗ ପଞ୍ଜୀକୃତ ହେବାପରେ ହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେହିପରି ମଧ୍ୟପ୍ରଦେଶ, ରାଜ୍ୟ ମହିଳା ଆୟୋଗ ମୁଖପାତ୍ର ସଂଗୀତା ଶର୍ମା କହିଛନ୍ତି ଯେ ମହିଳା ଆୟୋଗଙ୍କ ଦ୍ୱାରା ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଯଦି ଏଡିଜି ଶର୍ମାଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରନ୍ତି, ତେବେ ମହିଳା ଆୟୋଗ ପକ୍ଷରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ADG-Beats-Wife_Thumbnail.jpg)