ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ନେଇ ମଧ୍ୟପ୍ରଦେଶର ବିଜେପି ସାଂସଦ କମଲ ପଟେଲଙ୍କ ବିବାଦୀୟ ବୟାନ। ଆନ୍ଦୋଳନରତ ଚାଷୀଙ୍କୁ 'କୁକୁରମୁତା' ସହ ତୁଳନା କରିଛନ୍ତି ସାଂସଦ କମଲ ପଟେଲ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆରମ୍ଭ କରିଥିବା ଆନ୍ଦୋଳନ ଆଜି ୧୯ଦିନରେ ପହଞ୍ଚିଛି। ୧୯ଦିନ ବିତିଥିଲେ ମଧ୍ୟ ଚାଷୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ହୋଇପାରିନାହିଁ। ଏ ନେଇ ଆଜି ଆନ୍ଦୋଳନରତ ଚାଷୀମାନେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନ କରିଛନ୍ତି। ତେବେ ଅନେକ ବଡ଼ ବଡ଼ ନେତା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ମଧ୍ୟପ୍ରଦେଶର ବିଜେପି ସାଂସଦ କମଲ ପଟେଲଙ୍କ କୁତ୍ସିତ ବୟାନକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଛିି।
aajtakସେ ଚାଷୀଙ୍କୁ 'କୁକୁରମୁତା' ସହ ତୁଳନା କରିଛନ୍ତି। ଏହାର ମାନେ ହେଲା କୁକୁରମାନେ ପରିସ୍ରା କରୁଥିବା ସ୍ଥାନରେ ଉଠୁଥିବା ଛତୁ। କୃଷକମାନଙ୍କୁ ନୂତନ କୃଷି ଆଇନ ବିଷୟରେ ସଚେତନ କରିବା ପାଇଁ ବିଜେପିର ଜନ ସଂପର୍କ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ କମଲ ପଟେଲ ଉଜ୍ଜୟିନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏଭଳି କୁତ୍ସିତ ବୟାନ ଦେଇଥିବା ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-127.jpg)