ଡିଆର୍‌ଡିଓ ଦ୍ୱାରା ସ୍ଥଳସେନା ପାଇଁ ନିର୍ମିତ ଅତ୍ୟାଧୁନିକ ମ୍ୟାନ୍‌ ପ୍ରୋଟେବଲ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିସାଇଲର ପରୀକ୍ଷଣ ସଫଳ

ପୋଖରାନ୍‌/ ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ନୂତନ ଭାବେ ନିର୍ମିତ ସଂପୂର୍ଣ୍ଣ ଅତ୍ୟାଧୁନିକ ମ୍ୟାନ୍‌ ପ୍ରୋଟେବଲ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିସାଇଲ (ଏମ୍‌ପି- ଏଟିଜିଏମ୍‌)କୁ ଗତ ବୁଧବାର ମଧ୍ୟରାତ୍ରରେ ପୋଖରାନ୍‌ ନିକଟସ୍ଥ ରାଜସ୍ଥାନ ମରୁଗୂମିରେ ସଫଳତା ପୂର୍ବକ କରାଯାଇଛି।

ଦେଶର ସ୍ଥଳ ସେନା ପାଇଁ ଡିଆର୍‌ଡିଓ ପକ୍ଷରୁ ନିର୍ମିତ ଏହି ନୂତନ ଅତ୍ୟାଧୁନିକ ହାଲୁକା କ୍ଷେପଣାସ୍ତ୍ର ଏମ୍‌ପି- ଏଟିଜିଏମ୍‌କୁ ଅତି ସହଜରେ ହାତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ। ତୃତୀୟ ପିଢ଼ିର ଏହି ଏମ୍‌ପି- ଏଟିଜିଏମ୍‌ ଏବେ ସ୍ଥଳସେନା ଦ୍ୱାରା ବ୍ୟବହୃତ ହେଉଥିବା ଦ୍ୱିତୀୟ ପିଢ଼ିର ଫ୍ରାନ୍ସ ନିର୍ମିତ ‘ମିଲନ’ ଓ ଋଷିଆ ଦ୍ୱାରା ନିର୍ମିତ ସେମି- ଅଟୋମେଟିକ୍‌ ‘କୋନ୍‌କୁର’ ଆଣ୍ଟି- ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ବଦଳରେ ଏବେ ଭାରତୀୟ ସ୍ଥଳସେନା ଦ୍ୱାରା ବ୍ୟବହୃତ ହେବ।

ପରୀକ୍ଷଣ କାଳରେ ଦୁଇଟି ଯାକ କ୍ଷେପଣାସ୍ତ୍ର ୨ରୁ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଟାର୍ଗେଟ୍‌ରେ ଲକ୍ଷ୍ୟଭେଦ କରିଥିବା ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର