ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: ବିଜେପି ୧୮, କଂଗ୍ରେସ ୮ ଆସନରେ ଆଗୁଆ

ଭୋପାଳ: ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ପାଇଁ ଭୋଟ ଗଣତି କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି। ଦିନ ୧୧ଟା ସୁଦ୍ଧା ଶେଷ ହୋଇଥିବା ତିନି ରାଉଣ୍ଡ ଗଣନା ପରେ ବିଜେପି ୧୮, କଂଗ୍ରେସ ୮ ଓ ବିଏସ୍‌ପି ୨ଟି ଆସନରେ ଆଗୁଆ ରହିଛି।

ଏହି ଉପନିର୍ବାଚନର ଫଳାଫଳ ଉପରେ ବର୍ତ୍ତମାନ ବିଜେପିର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବ। କାରଣ ୭ ମାସ ପୂର୍ବେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବା ପରେ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କନଲନାଥ କ୍ଷମତା ହରାଇଥିଲେ।

କ୍ଷମତା ବଜାୟ ରଖିବା ପାଇଁ ବିଜେପିକୁ ଉପନିର୍ବାଚନ ହେଉଥିବା ୨୮ଟି ଆସନ ମଧ୍ୟରୁ ଅତି କମରେ ୮ଟି ଆସନରେ ବିଜୟଲାଭ କରିବା ନିହାତି ଆବଶ୍ୟକ। କାରଣ, ୨୨୯ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବର୍ତ୍ତମାନ ବିଜେପିର ୧୦୭ ଜଣ ବିଧାୟକ ଥିବା କଂଗ୍ରେସର ଅଛନ୍ତି ୮୭ ବିଧାୟକ।
ଦିନ ୧୧ଟା ସୁଦ୍ଧା ଶେଷ ହୋଇଥିବା ତିନି ରାଉଣ୍ଡ ଗଣନା ପରେ ବିଜେପି ୧୮, କଂଗ୍ରେସ ୮ ଓ ବିଏସ୍‌ପି ୨ଟି ଆସନରେ ଆଗୁଆ ରହିଛି।

ସମ୍ବନ୍ଧିତ ଖବର