ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ମଧ୍ୟରେ କୃଷିଋଣ ଛାଡ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ

ଭୋପାଳ : ଶପଥ ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହିଁ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କମଳନାଥ କୃଷିଋଣଛାଡ କରିଛନ୍ତି । ଏ ସଂପର୍କରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ଵିଟ କରି ଜଣାଇଛନ୍ତି । ଅନ୍ୟ ଦୁଇ ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ ମଧ୍ୟ ଖୁବ ଶୀଘ୍ର କୃଷିଋଣ ଛାଡ କରାଯିବ ବୋଲି ରାହୁଲ ଜଣାଇଛନ୍ତି । କୃଷିଋଣ ଛାଡ ପ୍ରତିଶ୍ରୁତି ଦେଇ କଂଗ୍ରେସ ଏହି ୩ଟି ରାଜ୍ୟରେ କ୍ଷମତାକୁ ଆସିଛି । ସରକାରକୁ ଆସିବାର ମାତ୍ର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରିବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟର ପ୍ରମୁଖ ଶାସନ ସଚିବ ରାଜେଶ ଆରୋରା କହିଛନ୍ତି ଯେ ଯେଉଁ ଚାଷୀମାନେ ମାର୍ଚ୍ଚ ୩୧, ୨୦୧୮ ପୂର୍ବରୁ ରାଷ୍ଟ୍ରାୟତ ଓ ସମବାୟ ବ୍ୟାଙ୍କରୁ କୃଷିଋଣ ନେଇଥିବେ ସେମାନଙ୍କର ୨ ଲକ୍ଷ ଟଙ୍କା ଲେଖାଏଁ  ଋଣ ଛାଡ କରାଯିବ ।

 

ସୂଚନାଯୋଗ୍ୟ ଯେ , ଆଜି ମକଳନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ।

ସମ୍ବନ୍ଧିତ ଖବର