ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଗୋରକ୍ଷା ପାଇଁ ଅଲଗା ମନ୍ତ୍ରାଳୟ ବ୍ୟବସ୍ଥା ହେଉ। ପର୍ଯ୍ୟଟନର ସହର ଖୁଜରାହୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋସୁରକ୍ଷା ପାଇଁ ଅଲଗା ମନ୍ତ୍ରାଳୟ ଉପରେ ଶିବରାଜ ନିଜସ୍ୱ ମତାମତ ଦେଇଛନ୍ତି। ସେ କହିଛନ୍ତି, ମୋର ମନକୁ ଆସିଛି ଯେ, ଗୋସୁରକ୍ଷା ବୋର୍ଡକୁ ମନ୍ତ୍ରାଳୟ କରି ଦିଆଯିବା ଦରକାର।
ମଧ୍ୟପ୍ରଦେଶରେ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବ। ଭାରତୀୟ ଜନତା ପାର୍ଟି ରାଜ୍ୟରେ ବିଗତ ୩ଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଫେରିବାକୁ ଆଶା କରୁଛି।
Mere mann mein aya ki Cow Protection Board hai par isko pura mantralaya (ministry) hi bana dain: Madhya Pradesh CM Shivraj Singh Chouhan at an event in Khajuraho pic.twitter.com/Pa6xxUptyB
— ANI (@ANI) September 30, 2018
ସୂଚନାଯୋଗ୍ୟ ଦେଶର ବିଭିନ୍ନ ସ୍ଥାନରେ ଗୋରୁଚାଲାଣ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି। ରାଜସ୍ଥାନରେ ଟ୍ରକରେ ଗୋରୁ କିଣି ନିଜ ଗୋଶାଳାକୁ ନେଇ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ମାଡଖାଇଥିବା ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ବିଗତ ଦିନରେ ଗୋରୁଚାଲାଣ ଦେଶର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ହିଂସା ଉପୁଜିଥିଲା। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ଗୋରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।