ମୁଖ୍ୟମନ୍ତ୍ରୀ ହେବ ତ ଏମିତି: ସହିଦ ପୁଲିସଙ୍କ କୋକେଇ କାନ୍ଧେଇଲେ ଶିବରାଜ ସିଂହ ଚୌହାନ

ଭୋପାଳ: ମଧ୍ୟପ୍ରଦେଶରେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ଡ୍ୟୁଟି ସମୟରେ ଆହତ ହୋଇ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ସାମିଲ ହେବାକୁ ପହଞ୍ଚି ଥିଲେ। ସହିଦଙ୍କ ସମ୍ମାନ ଦେବା ନେଇ ସମସ୍ତେ ଆଲୋଚନା କରନ୍ତି କିନ୍ତୁ କାର୍ଯ୍ୟରେ ପରିଣତ କରିବା ବହୁତ କମ ଲୋକ ଥାଆନ୍ତି। କିନ୍ତୁ ସହିଦ ସହାୟକ ଉପ ନୀରିକ୍ଷକ(ଏଏସ୍‌ଆଇ) ଅମୃତ ଲାଲ ଭିଲାଲାଙ୍କ କୋକେଇକୁ ଶିବରାଜ କାନ୍ଧେଇଛନ୍ତି।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଡିଆରପି ଲାଇନ ନେହରୁ ନଗରରେ ସହିତ ଅମୃତ ଲାଲ ଭିଲାଲାଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର କରାଯାଇଥିଲା। ଅମୃତ ଲାଲ ଭିଲାଲା ପାଖାପାଖି ୧୦ ଦିନ ପୂର୍ବରୁ ଡ୍ୟୁଟି ସମୟରେ ଆହତ ହୋଇଥିଲେ ଓ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସହିଦ ଅମୃତ ଲାଲ ଭିଲାଲାଙ୍କ ପାର୍ଥିବ ଶରୀରକୁ କାନ୍ଧେଇବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସହିଦ ପୁଲିସକର୍ମୀଙ୍କ ପରିବାରକୁ ଏକ କୋଟି ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ସହିଦ ଅମୃତ ଲାଲ ଭିଲାଲାଙ୍କ ସମ୍ମାନରେ ତାଙ୍କର ଏକ ସ୍ମୃତିପୀଠ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ପୁଲିସ କର୍ମଚାରୀ ଅମୃତ ଲାଲଙ୍କ ଅନ୍ତିମ ସଂସ୍କାର ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅମୃତ ଲାଲଙ୍କୁ ସହିଦ ମାନ୍ୟତା ଦିଆଯିବ ଓ ତାଙ୍କ ପରିବାରର ଜଣେ ସଦସ୍ୟକୁ ସରକାରୀ ଚାକିରୀ ଦିଆଯିବାକୁ ଯୋଜନା କରାଯିବ।

ଶିବରାଜ କହିଛନ୍ତି, ଭିଲାଲା କର୍ତ୍ତବ୍ୟ ପାଳନ କରି ବୀରତ୍ୱ ପ୍ରାପ୍ତି ହାସଲ କରିଛନ୍ତି। ତାଙ୍କର ପରିବାର ଦାୟିତ୍ୱ ଏବେ ଆମ ସମସ୍ତଙ୍କ ହାତରେ। ସେ ଭିଲାଲାଙ୍କ ବିଧବା ପତ୍ନୀଙ୍କୁ ଭତ୍ତା ଦେବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଅମୃତ ଲାଲ ଭିଲାଲାଙ୍କୁ ଡ୍ୟୁଟି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଶକ୍ତ ଧକ୍କା ଦେଇଥିଲା। କାର ତାଙ୍କୁ ପାଖାପାଖି ଅଧ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇ ଯାଇଥିଲା। ଭିଲାଲାଙ୍କୁ ଧକ୍କା ଦେଇଥିବା କାର ମାଲିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର