ଭୋପାଳ: ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ସମାଲୋଚନାର ଶିକାର ହୋଇଥିଲେ। କ୍ଷମା ମାଗିବା ପାଇଁ ବିରୋଧୀ ଚାପ ପକାଇବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଶୁକ୍ରବାର କ୍ଷମା ପ୍ରାର୍ଥନା କରିଥିଲେ ଅଧୀର ରଞ୍ଜନ। ହେଲେ କ୍ଷମା ପ୍ରାର୍ଥନା ପରେ ବି ଏବେ ମଧ୍ୟପ୍ରଦେଶରେ ଅଧୀରଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।
ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ମଧ୍ୟପ୍ରଦେଶର ଡିଣ୍ଡୋରି ପୁଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିବା ଏଫଆଇଆରକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦିଲ୍ଲୀର ସଂସଦ ଗୃହ ପୁଲିସ ଷ୍ଟେସନକୁ ପଠାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଅଧୀର ଏକ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ-‘ଆମେ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ, ଭାରତର ରାଷ୍ଟ୍ରପତି, ନା ରାଷ୍ଟ୍ରପତ୍ନୀ, ସମସ୍ତଙ୍କ ପାଇଁ।’ ତାଙ୍କର ଏଭଳି ବୟାନକୁ ନେଇ ବିରୋଧୀ ଅଧୀରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏନେଇ ଶୁକ୍ରବାର ରାଷ୍ଟ୍ରପତିଙ୍କୁ କ୍ଷମା ମାଗି ଅଧୀର ରଞ୍ଜନ ଲେଖିଥିଲେ ଯେ, ମୁଁ ଆପଣଙ୍କ ପଦ ବିଷୟରେ କହିବାକୁ ଯାଇ ଏକ ଅନୁପଯୁକ୍ତ ଶବ୍ଦ ବ୍ୟବହାର କରିଥିଲି। ସେଥିପାଇଁ ମୁଁ ଦୁଃଖିତ। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ, ଶବ୍ଦଟି ମୋ ପାଟିରୁ ଖସିଯାଇଥିଲା। ମୁଁ ଏଥିପାଇଁ କ୍ଷମା ମାଗୁଛି ଏବଂ ଆଶା କରୁଛି ଆପଣ ମୋତେ କ୍ଷମା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-267.jpg)