ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ‌ରେ ବିଜେପି ୩-୧ରେ ବିଜୟୀ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଛି।

Advertisment

ବିଜେପି ମଧ୍ୟ ପ୍ରଦେଶରେ କ୍ଷମତାସୀନ ଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଏବଂ ଛତିଶଗଡ଼କୁ ଛଡ଼ାଇ ନେଇଛି। ମଧ୍ୟପ୍ରଦେଶ ନିର୍ବାଚନରେ ୨୩୦ ଆସନରୁ ୧୬୩ଟି ଆସନ ବିଜେପିକୁ ମିଳିଛି। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ)ର ପ୍ରାର୍ଥୀ ତଥା ଟେଲିଭିଜନ ଅଭିନେତ୍ରୀ ଚାହତ ପାଣ୍ଡେ ଚର୍ଚ୍ଚାର ପରିସରକୁ ଆସିଥିଲେ।

ଚାହତଙ୍କୁ ଆମ ଆଦମୀ ପାର୍ଟିର ଦମୋହ ବିଧାନସଭା ଆସନରୁ ପ୍ରାର୍ଥୀଭାବେ ନିର୍ବାଚନ ମାଇଦାନକୁ ଓହ୍ଲା ଯାଇଥିଲା। କିନ୍ତୁ ସେ ଏହି ଲଢ଼େଇ ଲକ୍ଷାଧିକ ଭୋଟ ବ୍ୟବଧାନରେ ହାରି ଯାଇଛନ୍ତି। ନିର୍ବାଚନରେ ହାରିଯିବା ଲୋକେ ଚାହତଙ୍କୁ ଟ୍ରୋଲ କରି କହିଛନ୍ତି, ‘ଅଭିନୟରେ ହିଟ ରହିଥିବା ଅଭିନେତ୍ରୀ ରାଜନୀତିରେ ଫ୍ଲପ ହୋଇଯାଇଛନ୍ତି।

ଚଳିତ ବର୍ଷ ଜୁନ ମାସରେ ରାଜନୀତିରେ ପ୍ରବେଶ କରିଥିବା ଚାହତ ପାଣ୍ଡେ ନିର୍ବାଚନରେ ହାରିଯିବା ପରେ କହିଛନ୍ତି, ‘ କିଛି କଥା ନାହିଁ। ଜୀବନରେ ହାରିବା ଜିତିବା ତ ଲାଗି ରହିଥିବ। କେବଳ ଯେ ନିର୍ବାଚନ ଜିତି ବିଧାୟିକା ହୋଇଥିଲେ ମୁଁ ଲୋକଙ୍କ ସୁବିଧାଅସୁବିଧା ବୁଝି ଥାଆନ୍ତି ତାହାନୁହେଁ। ନିର୍ବାଚନ ହାରି ମଧ୍ୟ ମୁଁ ମୋର କାମ କରିବି। କାରଣ ରାଜନୀତି ପ୍ରତି ମୋର ଓ ମୋ ପରିବାରର ଦୁର୍ବଳତା ରହିଛି।’