ଜାଣନ୍ତୁ କ’ଣ ପାଇଁ ବିବାହର ୮ଦିନ ପରେ ବାପ ଘରେ ଛାଡ଼ି ଦେବ ବୋଲି ବର ସହ ସର୍ତ୍ତ ରଖିଲା କନ୍ୟା?

ନାଗଦା(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ନାଗଦାରେ ଜଣେ ମହିଳା ବିବାହ ପୂର୍ବରୁ ରଖିଥିବା ସର୍ତ୍ତ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ବାହାଘର ପରେ କ’ଣ ପାଇଁ ଜଣେ ମହିଳା ନିଜ ଭାବିସ୍ୱାମୀଙ୍କ ଆଗରେ ଏଭଳି ସର୍ତ୍ତ ରଖିଲେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସହ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ନଭେମ୍ବର ୧୯ରେ ବିବାହ ତାରିଖ ଠିକ୍‌ ହୋଇଥିବା ବେଳେ ବିବାହ ପୂର୍ବରୁ ମୋତେ ବିବାହର ୮ଦିନ ପରେ ବାପ ଘରେ ଛାଡ଼ି ଦେବ ବୋଲି ଭାବିସ୍ୱାମୀଙ୍କ ଆଗରେ ସର୍ତ୍ତ ରଖିଥିଲେ ଦୀପିକା । ସର୍ତ୍ତ ମାନିବା ପରେ ହିଁ ବିବାହ ହେବା ବୋଲି ଦୀପିକା । ତେବେ ଦୁହିଁଙ୍କ ବିବାହର ୮ଦିନ ପରେ ନଭେମ୍ବର ୨୮ରେ ନିର୍ବାଚନ ଥିବାରୁ ଭୋଟ୍‌ ଦେବାକୁ ଆସିବା ପାଇଁ ମହିଳାଜଣଙ୍କ ଏହି ସର୍ତ୍ତ ରଖିଥିବା ଜଣାପଡ଼ିଛି। ଭାବିପତ୍ନୀଙ୍କ ଏହି ସର୍ତ୍ତ ଶୁଣିବା ପରେ ଖୁସିରେ ଭାବିସ୍ୱାମୀ ହଁ ଭରିଥିଲେ । ଏହା ସହ ଏଭଳି କାମ ପାଇଁ ମୁଁ ତୁମକୁ ନିଶ୍ଚୟ ଛାଡ଼ିବି ବୋଲି କହିବା ପରେ ଯାଇ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦ବର୍ଷୀୟ ଦୀପିକାଙ୍କର ବିଧାନସଭା ନିର୍ବାଚନ ପାଇଁ ଏହା ପ୍ରଥମ ମତଦାନ ହେବ ।

ସମ୍ବନ୍ଧିତ ଖବର