ପୁରୁଷମାନେ ନାରୀଙ୍କୁ ଶୋଭନୀୟ ଦୃଷ୍ଟିରେ ଦେଖୁ ନ ଥିବାରୁ ମଧ୍ୟପ୍ରଦେଶ ଝିଅମାନଙ୍କୁ ଜିନ୍‌ସ୍‌ ଓ ଟପ୍‌ ପିନ୍ଧିବା ମନା

ଅଲିରାଜପୁର: ଗର୍ବା ଉତ୍ସବ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଅନ୍ତର୍ଗତ ଅଲିରାଜପୁରର ମାଳି ସମ୍ପ୍ରଦାୟର ୧୦ ବର୍ଷରୁ ଅଧିକ ବୟସର ଝିଅମାନଙ୍କୁ ଜିନ୍‌ସ୍‌ ଓ ଟପ୍‌ ପିନ୍ଧିବାକୁ ବାରଣ କରାଯାଇଛି।

ଅଲିରାଜପୁର ସମ୍ପ୍ରଦାୟର ମହିଳା କମିଟିର ଅଧ୍ୟକ୍ଷା ମଞ୍ଜୁଳା ମାଳି କହନ୍ତି: ଆମେ ଗର୍ବା ଉତ୍ସବ ପାଳୁଛୁ। ଆମେ ସ୍ଥିର କରିଛୁ ଯେ ୧୦ ବର୍ଷରୁ ଅଧିକ ବୟସର ଝିଅମାନେ ଜିନ୍‌ସ୍‌ ଓ ଟପ୍‌ ପିନ୍ଧିବେ ନାହିଁ। ଘରେ ଓ ଅନ୍ୟ କୌଣସି ପର୍ବପର୍ବାଣିରେ ମଧ୍ୟ ସେମାନେ ଏହା ପିନ୍ଧିବେ ନାହିଁ।

ସେ କହିଛନ୍ତି: ଏହାର କାରଣ ହେଲା, ପୁରୁଷମାନେ ନାରୀମାନଙ୍କୁ ଶୋଭନୀୟ ଦୃଷ୍ଟିରେ ଦେଖନ୍ତି ନାହିଁ। ତେଣୁ, ଆମେ ଆମ ଝିଅମାନଙ୍କୁ ବୁଝାଇ ଦେବା ଦରକାର।

ଏହି ନିଷ୍ପତ୍ତିକୁ ମାଳି ସମ୍ପ୍ରଦାୟର ପୁରୁଷମାନେ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି।

ସମ୍ପ୍ରଦାୟର ଅଧ୍ୟକ୍ଷ ହିମ୍ମତ୍‌ ମାଳି କହନ୍ତି: ପୁଅମାନେ ଝିଅମାନଙ୍କୁ ଭଲ ନଜରରେ ଦେଖୁ ନ ଥିବାରୁ ଆମେ ଏହି ନିଷ୍ପତ୍ତି କରିଛୁ। ଧାର୍ମିକ ଓ ପ୍ରାଥା ଅନୁଯାୟୀ ଆମେ ଏହି ପର୍ବ ପାଳିବାକୁ ଚାହୁଁଛୁ।

ସମ୍ବନ୍ଧିତ ଖବର