ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ମୋହନ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶତ୍ରୁଘ୍ନ ସିଂହ ତୋମର ବର୍ଷା ହେତୁ ଜଳଭର୍ତ୍ତି ହୋଇଯାଇଥିବା ଅଞ୍ଚଳ ବୁଲି ଦେଖିବା ପାଇଁ ଡିଆରପି ଲାଇନରେ ପହଞ୍ଚିଥିଲେ। ଏହିଗସ୍ତ  ସମୟରେ ଶକ୍ତିମନ୍ତ୍ରୀ ପିଏମଶ୍ରୀ  ସ୍କୁଲରେ ହଠାତ ପହଞ୍ଚିଥିଲେ।  ଯେଉଁ ସମୟରେ ଶକ୍ତିମନ୍ତ୍ରୀ ସ୍କୁଲରେ ପହଞ୍ଚିଥିଲେ ସେହି ସମୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରସା ଯାଉଥିଲା। ଏହା ଦେଖି ଖାଦ୍ୟର ଗୁଣାବତ୍ତା ପରଖିବା ପାଇଁ ମନ୍ତ୍ରୀ ତାଙ୍କର କିଛି କର୍ମଚାରୀଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ବସି ପଡ଼ିଥିଲେ।

Advertisment

ମନ୍ତ୍ରୀ ମୋହଦୟଙ୍କୁ ଖାଦ୍ୟ ପରସା ଯାଇଥିଲା। ଏହି ସମୟରେ ଆଳୁ ତରକାରୀର ବାଲ୍ଟି ତାଙ୍କ ସମ୍ନାରେ ରଖାଯାଇଥିଲା। କାରଣ ମୋହଦୟ ତାଙ୍କ ଆବଶ୍ୟକ ମୁତାବକ ତରକାରୀ ନେଇ ପାରିବେ।  ମନ୍ତ୍ରୀ ତରକାରୀରୁ ଆଳୁ ଖୋଜିଥିଲେ ହେଁ ତାଙ୍କୁ ମିଳି ନଥିଲା। ଅନେକଥର ସେ ଆଳୁ ତରକାରୀରୁ ଆଳୁ ଖୋଜିଖୋଜି ଶେଷରେ ଖାଲି ଝୋଳରେ ସେ ଦୁଇଟି ରୁଟି ନେଇ ଖାଇବାକୁ ବାଧ୍ୟ ହୋଇଥିଲେ।

ଖାଉଥିବା ସମୟରେ ଶକ୍ତିମନ୍ତ୍ରୀ ଜିଲ୍ଲା ପଞ୍ଚାୟତର ସିଇଓଙ୍କୁ ସ୍କୁଲରେ ପିଲାଙ୍କୁ ଦିଆଯାଉଥିବା ମିଡ‌ଡେ ମିଲର ଗୁଣବତ୍ତା ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇ କାହାକୁ କିଛି ନକହି ସେଠାରୁ ବାହାରି ଯାଇଥିଲେ।

ଜିଲ୍ଲା ପଞ୍ଚାୟତର ସିଇଓ ବିବେକ କୁମାର ସ୍ବୀକାର କରିଛନ୍ତି କି, ଶକ୍ତିମନ୍ତ୍ରୀ ଡିଆରପି ଲାଇନରେ ଥିବା ପିଏମଶ୍ରୀ ସ୍କୁଲରେ ପହଞ୍ଚି ତାଙ୍କୁ ଫୋନ କରି ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଗୁଣବତ୍ତା ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।