ଗାନ୍ଧିଜୀଙ୍କୁ ଅଳିଆ ସହ ତୁଳନା କରି ଅଡୁଆରେ ସାଂସଦ

ଗୌହାଟି : ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କୁ ଅଳିଆ ସହ ତୁଳନା କରି ଆସାମର ଜଣେ ବିଜେପି ସାଂସଦ ଏବେ ଆକ୍ରୋଶର ଶିକାର ହୋଇଛନ୍ତି। ଜୋରହାଟର ଲୋକସଭା ସଦସ୍ୟ କାମାକ୍ଷା ପ୍ରସାଦ ତାସା ଶିବସାଗର ଜିଲ୍ଲାର ଏକ ଜନ ସମାବେଶରେ ଯୋଗ ଦେଇ କହିଥିଲେ ଯେ କଂଗ୍ରେସ ଲୋକମାନଙ୍କ ମୁଣ୍ଡରେ ବର୍ଷ ବର୍ଷ ଧରି ନେହରୁ-ଗାନ୍ଧୀ ଅଳିଆ ଭର୍ତ୍ତି କରିଦେଇଛି। ତେଣୁ ଏଠି ଅନ୍ୟ କୌଣସି ଚିନ୍ତାଧାରାର ସ୍ଥାନ ନାହିଁ। ତେବେ ତାସାଙ୍କର ଏହି ବିବାଦୀୟ ବୟାନ ତାଙ୍କୁ ଅଡୁଆରେ ପକାଇଛି। ତାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଗୌହାଟି ଥାନାରେ ଏତଲା ଦିଆଯାଇଛି। ଏପରିକି ତାସାଙ୍କୁ ତୁରନ୍ତ ତାଙ୍କ ଗିରଫ ଦାବି କରି ଗତକାଲି କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା।

ସମ୍ବନ୍ଧିତ ଖବର