ଭୋପାଳ : ଭୋପାଳ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ନିଜ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି, ନିର୍ବାଚନ ପରେ ଏବେ ଚିନ୍ତନ ମନନ କରିବାର ସମୟ । ନିର୍ବାଚନୀ ପ୍ରକ୍ରିୟା ସମୟରେ ଯଦି ସମସ୍ତ ଦେଶଭକ୍ତଙ୍କୁ ମୋର ଶବ୍ଦ ଆହତ କରିଥାଏ, ତେବେ ମୋତେ କ୍ଷମା କରିବେ । ମୁଁ ଏବେ ୨୧ପ୍ରହର ପାଇଁ ମୌନ ବ୍ରତ ଧାରଣ କରିବାକୁ ଯାଉଛି ।
चुनावी प्रक्रियाओ के उपरान्त अब समय है चिंतन मनन का,
इस दौरान मेरे शब्दों से समस्त देशभक्तों को यदि ठेस पहुंची है तो मैं क्षमा प्रार्थी हूँ और सार्वजनिक जीवन की मर्यादा के अंतर्गत प्रयश्चित हेतु 21 प्रहर के मौन व कठोर तपस्यारत हो रही हूं।
हरिः ॐ— Sadhvi Pragya Official (@SadhviPragya_MP) May 20, 2019
ସୂଚନା ମୁତାବକ, ନିର୍ବାଚନୀ ପ୍ରଚାର ସମୟରେ ସାଧ୍ୱୀ ପ୍ରଜ୍ଞା ପୁଲିସ ଅଫିସର ହେମନ୍ତ କରକରେ ଏବଂ ନାଥୁରାମ ଗଡ଼ସେକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏଥି ପାଇଁ ତାଙ୍କର ପ୍ରାର୍ଥୀପତ୍ର ରଦ୍ଦ କରାଯାଉ ବୋଲି ଲୋକେ ଦାବି କରିଥିଲେ । ତେବେ ଏତେ ସବୁ ବିବାଦକୁ ଦେଖି ସାଧ୍ୱୀ ପୂର୍ବରୁ କ୍ଷମା ମାଗି ନେଇଥିବା ବେଳେ ସୋମବାର ଟୁଇଟ୍ କରି ସମସ୍ତଙ୍କୁ ପୁଣି ଥରେ କ୍ଷମା ମାଗିଛନ୍ତି ।