‘ଆର୍‌ଟିଆଇ’ରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଆୟକର ବିଭାଗ ପଠାଇଲାଣି ୩୦୦୦ ଚିଠି

ଇନ୍ଦୋର: ଦେଶର ସବୁଠୁ ବଡ଼ ଟିକସ ଖିଲାପକାରୀମାନଙ୍କର ତଥ୍ୟ ସଂଗ୍ରହ ଲାଗି ସୂଚନା ଅଧିକାରରେ ଆବେଦନ କରିଥିବା ମଧ୍ୟପ୍ରଦେଶର ଇନ୍ଦୋରରେ ବାସ କରୁଥିବା ଜଣେ ସାମାଜିକ କର୍ମୀ ଆୟକର ବିଭାଗରୁ ଉତ୍ତର ବାବଦରେ ଗତ ବର୍ଷ ହେବ ପ୍ରାୟ ୩୦୦୦ ଚିଠି ଓ ୫୦ଟି ଇ-ମେଲ୍‌ ପାଇଛନ୍ତି।

ନୀମୁଚ ବାସିନ୍ଦା ଚନ୍ଦ୍ରଶେଖର ଗୌଡ଼ ଗତବର୍ଷ ଫେବ୍ରୁଆରି ୨୫ ତାରିଖରେ ଅନ୍‌ଲାଇନ୍‌ରେ ଆର୍‌ଟିଆଇ ଅନୁସନ୍ଧାନ ଫାଇଲ୍‌ କରିଥିଲେ। ଦେଶର ସବୁଠୁ ବଡ଼ ୫୦ଟି ଟିକସଖିଲାପକାରୀଙ୍କ ତାଲିକା ସହ ଗତ ୧୦ ବର୍ଷ ମଧ୍ୟରେ ଆଦୌ ପ୍ରତ୍ୟକ୍ଷ କର ଦେଇ ନ ଥିବା ବ୍ୟକ୍ତିମାନଙ୍କର ସବିଶେଷ ବିବରଣୀ ଯୋଗାଇ ଦେବାକୁ ସେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ୍‌ ଟ୍ୟାକ୍ସେସନ୍‌କୁ କହିଥିଲେ।

ସେମାନେ ମୋ ନିକଟକୁ ଏକାଦିକ୍ରମେ ଉତ୍ତର ପଠାଇବା ବଦଳରେ ମୋ ଆବେଦନ ପତ୍ରକୁ ସମଗ୍ର ଭାରତରେ ଥିବା ଆୟକର ବିଭାଗକୁ ପଠାଇଦେଲେ। ଏହି ଆୟକର କାର୍ଯ୍ୟାଳୟଗୁଡ଼ିକ ଗତ ବର୍ଷକ ମଧ୍ୟରେ ମୋ ନିକଟକୁ ୩୦୦୦ରୁ ଅଧିକ ଚିଠି ଓ ୫୦ ଇ-ମେଲ୍‌ ପଠାଇସାରିଲେଣି।

ସମ୍ବନ୍ଧିତ ଖବର