ନୂଆଦିଲ୍ଲୀ : ଦକ୍ଷିଣ ତଟ (ସାଉଥ୍ କୋଷ୍ଟ) ରେଳ ଜୋନ୍ ଆରମ୍ଭ ପାଇଁ ସଂସଦରେ ଶୁକ୍ରବାର ଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ସାଂସଦ ଜିଭିଏଲ୍ ନରସିଂହ ରାଓ ଭେଟି ତାଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି। ବିଶାଖାପାଟଣା ଓ ଆନ୍ଧ୍ରପ୍ରଦେଶ ବାସୀଙ୍କର ଏହା ସ୍ବପ୍ନର ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉକ୍ତ ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି। ବିଶାଖାପାଟଣାରେ ଉକ୍ତ ରେଳ ଜୋନ୍ ନିର୍ମାଣ ହେବ। ରେଳ ଜୋନ୍ର ମୁଖ୍ୟାଳୟ ସ୍ଥାପନ ପାଇଁ ପାଣ୍ଠି ଓ ଜାଗାର ଅଭାବ ନାହିଁ ବୋଲି ଏହି ଅବସରରେ ରେଳମନ୍ତ୍ରୀ ସାଂସଦ ନରସିଂହ ରାଓଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ରେଳ ଜୋନ୍ର ମୁଖ୍ୟ ବିନ୍ଧାଣୀ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଏହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଶୀଘ୍ର କରିବା ପାଇଁ ସାଂସଦ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦେଖି ସେ ଉକ୍ତ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଅନୁରୋଧ କରିବେ ବୋଲି ରେଳମନ୍ତ୍ରୀ କହିଛନ୍ତି।
ରେଳମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ସାଂସଦ ନରସିଂହ ରାଓ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ସାଂସଦ ନରସିଂହ ରାଓ ଏହା ମଧ୍ୟ କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଶାଖାପାଟଣା ଗସ୍ତରେ ଯାଇ ନୂଆ ରେଳ ଜୋନ୍ର ଶିଳାନ୍ୟାସ କରିବା, ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଶାଖାପାଟଣା ରେଳ ଷ୍ଟେସନର ଆଧୁନିକୀକରଣ, ଆଇଆଇଏମ୍-ବିଶାଖାପାଟଣାର ନୂଆ ଅତ୍ୟାଧୁନିକ କ୍ୟାମ୍ପସ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରକଳ୍ପର ଉଦ୍ଘାଟନ କରିବା ପାଇଁ ଅନୁରୋଧ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/gvl-narasimharao.jpg)