ମନ୍ତ୍ରୀଙ୍କ ବିବାଦୀୟ ବୟାନ: ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ ରାସ୍ତା ନିର୍ମାଣ ହେବ

ଭୋପାଳ: ମଧ୍ୟପ୍ରଦେଶ ମନ୍ତ୍ରୀ ପିସି ଶର୍ମା ବୁଧବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ପାଲଟିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଲୋକସଭା ସାଂସଦ ହେମା ମାଳିନୀଙ୍କ ଉପରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ଆଇନ୍‌ ଓ ଜନ ସଂପର୍କ ମନ୍ତ୍ରୀ ଶର୍ମା ରାଜ୍ୟର ଖରାପ ଅବସ୍ଥାରେ ଥିବା ରାସ୍ତାକୁ ବିଜେପିର ସାଧାରଣ ସଚିବ କୈଳାସ ଭିଜଭର୍ଗିୟଙ୍କ ସହ ତୁଳନା କରିଛନ୍ତି। ସେ ତୁଳନା କରି କହିଛନ୍ତି ଯେ ଭୋପାଳର ରାସ୍ତାର ଅବସ୍ଥା ଏବେ କୈଳାସ ଭିଜଭର୍ଗିୟଙ୍କ ଗାଲ ପରି ଥିବା ବେଳେ ଖୁବ୍‌ ଶୀଘ୍ର ଏହା ହେମା ମାଳିନୀଙ୍କ ଗାଲ ପରି ହେବ। ରାସ୍ତାର ଖରାପ ଅବସ୍ଥା ପାଇଁ ସେ ଚିନ୍ତା ବି ପ୍ରକାଶ କରିଛନ୍ତି।

କୈଳାସ ଭିଜଭର୍ଗିୟ, ହେମା ମାଳିନୀ

ମନ୍ତ୍ରୀ ସଜ୍ଜନ ବାନାର୍ଜୀ ଓ ମୁଖ୍ୟମନ୍ତ୍ରୀ କମଳନାଥଜୀ ନିର୍ଦ୍ଦେଶରେ ହେଉଥିବା ଏହି ରାସ୍ତା ୧୫ ଦିନ ମଧ୍ୟରେ ପୂରା ହେମା ମାଳିନୀଙ୍କ ଗାଲ ପରି ଚକାଚକ ହୋଇଥିବା ବୋଲି ଶର୍ମା କହିଛନ୍ତି।
ହେମା ମାଳିନୀଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେବାରେ ଶର୍ମା ପ୍ରଥମ ନୁହଁନ୍ତି। ପୂର୍ବରୁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସମାନ ମନ୍ତବ୍ୟ ଦେଇଥିଲେ। ୨୦୦୭ ମସିହା ନିର୍ବାଚନ ପ୍ରଚାର ସମୟରେ ସେ ରାସ୍ତାକୁ ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ କରି ଦେବେ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଶର୍ମା ମନ୍ତ୍ରୀ ବର୍ମାଙ୍କ ସହ ହବିବଗଞ୍ଜ ରେଳ ଷ୍ଟେସନ ପାଖରେ ଏକ ସଡ଼କ ନୀରିକ୍ଷଣ କରିବା ସମୟରେ ଏପରି ବୟାନ ଦେଇଛନ୍ତି।

ସମ୍ବନ୍ଧିତ ଖବର