ଭୋପାଳ: ଆସନ୍ତା ୭ ତାରିଖରେ ମଧ୍ୟ ପ୍ରଦେଶର ବିଜେପି ବିଧାୟକମାନେ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାଇବେ ବୋଲି ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ କହିଛନ୍ତି। ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି, ବନ୍ଦେ ମାତରମ୍‌ ଏକ ମନ୍ତ୍ର, ଯାହାକୁ ଉଚ୍ଚାରଣ କଲେ ଦେଶପ୍ରେମର ଭାବନା ଉଦ୍ରେକ ହୋଇଥାଏ। ତେଣୁ ପ୍ରତିମାସ ପ୍ରଥମ ଦିନରେ ଏହାକୁ ରାଜ୍ୟ ସଚିବାଳୟରେ ଗାଇବା ପାଇଁ ବିଜେପି ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ ଆସନ୍ତା ୭ ତା‌ରିଖରେ ବିଜେପି ବିଧାୟକମାନେ ବନ୍ଦେ ମାତରମ୍‌ ଗାଇବେ ବୋଲି ଚୌହାନ୍‌ କହିଛନ୍ତି।