ବାସ୍କେଟବଲ ଖେଳୁଛନ୍ତି ପ୍ରଜ୍ଞ୍ୟା ସିଂହ ଠାକୁର

ଭୋପାଳ: ସୋସିଆଲ ମିଡିଆରେ ଭାଜପା ଏମପିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭାଜପା ଏମପିଙ୍କ ନାମ ପ୍ରଜ୍ଞ୍ୟା ସିଂହ ଠାକୁର।

ପ୍ରଜ୍ଞ୍ୟା ସିଂହ ଠାକୁର ନିକଟରେ ବାସ୍କେଟବଲ ଖେଳୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀ ଓ କର୍ମକର୍ତ୍ତାମାନେ ପ୍ରଜ୍ଞ୍ୟାଙ୍କ ବାସ୍କେଟବଲ ଖେଳକୁ ଦେଖି ତାଳି ବଜାଉଛନ୍ତି। ପ୍ରଜ୍ଞ୍ୟା ବାସ୍କେଟବଲ ଖେଳୁଥିବା ସମୟର ୨୦ସେକେଣ୍ଡ ଭିଡିଓକୁ ଅନୁରାଗ ଦ୍ବାରୀ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟୁଇଟରରେ ସେୟାର କରିଛନ୍ତି। ଏହି ଭିଡିଓ ଭୋପାଲ ଷ୍ଟାଡିୟମରେ ସୁଟ କରାଯାଇଥିବା ବୋଲି କୁହାଯାଉଛି।

 

ସେୟାର ହୋଇଥିବା ଏହି ଭିଡିଓରେ ପ୍ରଜ୍ଞ୍ୟା ବହୁତ ଖୁସିରେ ଛୋଟ ପିଲାଙ୍କ ସହିତ ମଜା ନେଇନେଇ ଖେଳୁଥିବା ଦେଖିବାକୁ ମିଳୁଛି।
ତେବେ କିଛିଦିନ ତଳେ ଶୁଣିବାକୁ ମିଳିଥିଲା ପ୍ରଜ୍ଞ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ସେଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀରୁ ମୁମ୍ବାଇ ଏୟାର ଲିପ୍ଟ କରାଯାଇଥିଲା।

 

ସମ୍ବନ୍ଧିତ ଖବର