ରାଜ୍ୟସଭା ଅଧ୍ୟକ୍ଷଙ୍କ ବୈଠକରେ ଯୋଗଦେଲେ ସାଂସଦ ପ୍ରସନ୍ନ

ନୂଆଦିଲ୍ଲୀ : ବଜେଟ୍ ଅଧିବେଶନରେ ରାଜ୍ୟସଭା କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌.ଭେଙ୍କିୟା ନାଇଡୁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ଆଜି ଏକ ବୈଠକ ଡାକି ବିଭିନ୍ନ ଦଳର ନେତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ୧୨ ଜଣ ମନ୍ତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳର ୨୫ ଜଣ ନେତା ଯୋଗ‌ଦେଇଥିଲେ। ବିଜେଡି ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ। ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ , ବଜେଟ୍ ଏବଂ ଅନ୍ୟ ବିଧେୟକଗୁଡ଼ିକର କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଗୃହ କାର୍ଯ୍ୟର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟ ଗୃହ ପରିଚାଳନା‌ରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର