Advertisment

ନୂଆଦିଲ୍ଲୀ: ଆତଙ୍କୀଙ୍କ ବିରୋଧରେ ଯାହା ଆକ୍ସନ ନେଉଛନ୍ତି ନିଅନ୍ତୁ... ସେ ସୈତାନମାନଙ୍କୁ ଯେମିତି ପାରୁଛନ୍ତି ମାରନ୍ତୁ... ଆତଙ୍କୀଙ୍କ ବିନାଶ ପାଇଁ କଳ ବଳ କୌଶଳ ଯାହା ଲଗାଇବା କଥା ଲଗାନ୍ତୁ... ବାସ୍ ସେମାନଙ୍କୁ ସେମାନଙ୍କ ପାପର ଦଣ୍ଡ ଦିଅନ୍ତୁ । ଯେଉଁମାନେ ଭାରତ ମାତା ଛାତିରେ ତା ଛୁଆକୁ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସେମାନଙ୍କୁ ଗୋଡେଇ ଗୋଡେଇ ମାରନ୍ତୁ... ଆମର ପୂରା ସମର୍ଥନ ଅଛି...

କିଛି ଏମିତି ଢଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଆତଙ୍କବାଦ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ମିଳିଛି ସମର୍ଥନ । ପହଲଗାମ୍ ଆତଙ୍କୀ ହମଲା ଘଟଣାକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିଥିବା ବେଳେ ବୈଠକ ପରେ କେନ୍ଦ୍ର ଯାହା ନିଷ୍ପତ୍ତି ନେବ ସମସ୍ତେ ତାକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି ବୈଠକ ପରେ ନେତା ମନ୍ତ୍ରୀମାନେ ମତ ଦେଇଛନ୍ତି । 

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି କେନ୍ଦ୍ର କାର୍ଯ୍ଯାନୁଷ୍ଠାନ ନେଉ ଆମର ପୂର୍ଣ୍ଣ ସମର୍ଥନ ରହିବ । ଘଟଣାକୁ ସବୁ ଦଳ ନିନ୍ଦା କରିଛନ୍ତି । ସେପଟେ ମଲ୍ଲିକାର୍ଜୁନ ଖଡଗେ ବି ସମର୍ଥନ ଦେଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି- କେନ୍ଦ୍ର ସରକାର ଯେଉଁ ଆକ୍ସନ ନେବା କଥା ନେଉ ଆମେ ସମର୍ଥନ ଜଣାଉଛୁ । ସେପଟେ ଆସନ୍ତାକାଲି ଶ୍ରୀନଗର ଗସ୍ତରେ ଯାଉଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।