ଗାନ୍ଧୀ ଜୟନ୍ତୀ ଅବସରରେ କରାଯାଉଥିବା ସ୍କୁଲ୍‌ ଡ୍ରାମାରେ ନାଥୁରାମ ଗଡ୍‌ସେ ପିନ୍ଧିଥିଲେ ଆର୍‌ଏସ୍‌ଏସ୍‌ ପୋଷାକ, ସ୍କୁଲ୍‌ ବିରୋଧରେ ମାମଲା ରୁଜ୍ଜୁ

ଭୋପାଳ: ମଧ୍ୟପ୍ରଦେଶର ଏକ ସ୍କୁଲ୍‌ରେ ଗାନ୍ଧୀ ଜୟନ୍ତୀ ଅବସରରେ କରାଯାଉଥିବା ନାଟକର ଏକ ଫଟୋ ଭାଇରାଲ୍‌ ହେବା ପରେ ଫଟୋଟି ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାଟକରେ ଗାନ୍ଧୀଙ୍କୁ କିପରି ନାଥୁରାମ ଗଡସେ ହତ୍ୟା କରିଥିଲେ ତାହା ଦୃଶ୍ୟମାନ ହୋଇଛି। ତେବେ ନାଥୁରାମ ଗଡ୍‌ସେ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପିଲାଟି ପିନ୍ଧିଥିବା ପୋଷାକଟି ରାଷ୍ଟ୍ରୀୟ ସ୍ୱୟଂ ସେବକ(ଆର୍‌ଏସ୍‌ଏସ୍‌)ର ହୋଇ ଥିବାରୁ ଏହା ଏବେ ବିବାଦର ଘେର ଭିତରକୁ ଆସିଛି।

ଫଟୋରେ ଦେଖିବାକୁ ମିଳିଛି ଆର୍‌ଏସ୍‌ଏସ୍‌ ପୋଷାକ ପିନ୍ଧି ଗଡ୍‌ସେଙ୍କ ଭୂମିକା ନିଭାଇଥିବା ପିଲାଟି ବନ୍ଧୁକ ଧରି ଗାନ୍ଧୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପିଲାଟି ଆଡ଼କୁ ମୁହଁ କରି ହତ୍ୟା କରିବା ଢଙ୍ଗରେ ଛିଡ଼ା ହୋଇଛି।

ଏହି ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ହିନ୍ଦୁ ସେବା ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଅକ୍ଟୋବର ୨ ତାରିଖରେ ହିନ୍ଦୁ ସେବା ପରିଷଦ ଲର୍ଡଗଞ୍ଜ ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜ୍ଜୁ ହୋଇଛି। ମାତ୍ର ମଧ୍ୟପ୍ରଦେଶ ପୁଳିସ୍‌ ସ୍ପଷ୍ଟ କରିଛି ଯେ ଏପରି ମାମଲାକୁ ନେଇ ମାମାଳା ରୁଜ୍ଜୁ ହୋଇପାରିବ ନାହିଁ। ଏହି ମାମଲାକୁ ନେଇ ସ୍କୁଲ୍‌ ବିରୋଧରେ ଏନ୍‌ସିଆର୍‌ ଦର୍ଜ କରାଯାଇଛି।

ସମ୍ବନ୍ଧିତ ଖବର