ନଦୀ ମଝିରେ ସେଲଫି ନେବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଲା

ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାକୁ ପିକ୍‌ନିକ୍‌ କରିବାକୁ ଯାଇଥିବା ଦୁଇ ଯୁବତୀଙ୍କୁ ସେଲଫି ନେବା ମହଙ୍ଗା ପଡ଼ିଛି। ପୁଲିସ ଓ ଉଦ୍ଧାରକାରୀ ଟିମ୍‌ଙ୍କ ବହୁ ଉଦ୍ୟମ ପରେ ଏପରି ବିପଦପୂର୍ଣ୍ଣ ସ୍ଥାନରୁ ଦୁଇ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Police Rescue 2 Girls Stuck In Chhindwara's Pench River Who Went ...
इंडिया टीवी हिंदी न्यूज़

ଜୁନ୍ନାରଦେଓର ପୁଲିସ ସବ-ଡିଭିଜନାଲ ଅଧିକାରୀ ଏସ୍‌ କେ ସିଂହ ଶୁକ୍ରବାର ଏହି ଘଟଣାକୁ ନେଇ କହିଛନ୍ତି, ବେଲଖେଡି ଗ୍ରାମ ନିକଟସ୍ଥ ପେଞ୍ଚ ନଦୀକୁ  ଜିଲ୍ଲା ମୁଖ୍ୟାଳୟରୁ ଦୁଇଜଣ ଯୁବକ ଓ ୭ଜଣ ଯୁବତୀ ଗୁରୁବାର ପିକ୍‌ନିକ୍‌ କରିବାକୁ ଆସିଥିଲେ। ଏହି ସମୟରେ ସେ ସ୍ଥାନ ଦେଇ ବୋହି ଯାଇଥିବା ନଦୀ ଭିତରକୁ ଯାଇ ଏକ ପଥ ଉପରେ ଛିଡା ହୋଇ ଯୁବକ ଓ ଯୁବତୀ ସେଲଫି ନେଉଥିଲେ। ହଠାତ ନଦୀରେ ପାଣି ଭରି ଯିବାରୁ ସ୍ରୋତ ବି ବଢ଼ି ଯାଇଥିଲା। ନଦୀ ଭିତରକୁ ଯାଇ ସେଲଫି ନେଉଥିବା ପାଞ୍ଚ ଜଣ ଯୁବତୀ ଓ ଦୁଇଜଣ ଯୁବକ ବାହାରି ଆସିଥିବା ବେଳେ ଅନ୍ୟ ଦୁଇଜଣ ଯୁବତୀ ମେଘା ଜାଓ୍ଵରେ ଏବଂ ବନ୍ଦାନା ତ୍ରିପାଠୀ ସେଠାରେ ଫସି ଯାଇଥିଲେ।

Watch: MP police rescue girls from river who went in for a selfie
News

ଯୁବତୀ ପାଣି ଭିତରେ ଫସି ରହିଥିବା ଖବର ମିଳିବା ପରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଅଜୟ ୱାଗମାରେଙ୍କ ନେତୃତ୍ୱରେ ୧୨ ଜଣ ପୁଲିସ କର୍ମଚାରୀଙ୍କ ଏକ ଟିମ୍‌ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ କିଛି ଗ୍ରାମବାସୀଙ୍କ ସାହାଯ୍ୟରେ ନଦୀ ଭିତରେ ପଶି ରହିଥିବା ମେଘା ଜାଓ୍ଵରେ ଏବଂ ବନ୍ଦାନା ତ୍ରିପାଠୀଙ୍କୁ ଅନେକ ଚେଷ୍ଟାପରେ ପାଣି ଭିତରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର