ମୁମ୍ବାଇ: ସ୍ଥାନୀୟ ନାଏର ହସ୍ପିଟାଲ୍ରେ ଆଜି ଜଣେ ରୋଗୀ ସମ୍ପର୍କୀୟଙ୍କର ନିଆରା ପରିସ୍ଥିତି ଯୋଗୁଁ ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଉକ୍ତ ହସ୍ପିଟାଲ୍ରେ ଜଣେ ସମ୍ପର୍କୀୟ ରୋଗୀଙ୍କର ଏମ୍ଆର୍ଆଇ କରାଇବାକୁ ୩୨ ବର୍ଷୀୟ ରାଜେଶ ମାରୁତି ମାରୁ ଯାଇଥିବା ବେଳେ ଏମ୍ଆର୍ଆଇ ମେସିନ୍ ଖୁବ୍ ଜୋର୍ରେ ଟାଣି ନେଉଥିବା ଏକ ଅକ୍ସିଜେନ ସିଲିଣ୍ଡରରେ ପିଟି ହୋଇ ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଗ୍ରିପଡ଼ା ଥାନା ପୁଲିସ୍ର ସୂଚନାନୁଯାୟୀ, ରବିବାର ସକାଳେ ରାଜେଶ ଜଣେ ବୟୋଜ୍ୟେଷ୍ଠ ମହିଳା ରୋଗୀଙ୍କୁ ସାଙ୍ଗରେ ଧରି ନାଏର୍ ହସ୍ପିଟାଲ୍ର ଏମ୍ଆର୍ଆଇ ବିଭାଗକୁ ଯାଇଥିଲେ। ସେହି ସମୟରେ ରୋଗୀଙ୍କ ଦେହରେ ଅକ୍ସିଜେନ୍ ପାଇପ୍ ଲାଗିରହିଥିବା ସହ ରାଜେଶ ଉକ୍ତ ଅକ୍ସିଜେନ୍ ସିଲିଣ୍ଡର ସହିତ ଥିଲେ। ତେବେ ସେମାନେ ଏମ୍ଆର୍ଆଇ ପ୍ରକୋଷ୍ଠକୁ ପ୍ରବେଶ କଲା ବେଳେ ଏମ୍ଆର୍ଆଇ ମେସିନ୍ର ଶକ୍ତ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଧାତବ ଅକ୍ସିଜେନ୍ ସିଲିଣ୍ଡରଟି ଖୁବ୍ ଜୋର୍ରେ ଟାଣିହୋଇଯାଇଥିଲା। ଏଥିରେ ଅକ୍ସିଜେନ୍ ପାଇପ୍ଟି ଛିଣ୍ଡି ଯାଇ ଅକ୍ସିଜେନ୍ ଲିକ୍ ହେବା ସହ ସିଲିଣ୍ଡର ଦ୍ୱାରା ଖୁବ୍ ଜୋର୍ରେ ପିଟି ହୋଇ ରାଜେଶ ଭୀଷଣ ଭାବରେ ଆହତ ହୋଇଥିଲେ। କିଛି ସମୟ ପରେ ରାଜେଶଙ୍କର ମୃତ୍ୟୁ ଘଟିଥିଲା। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ହସ୍ପିଟାଲ୍ର ତିନି ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।
ଟାଣିନେଲା ଏମ୍ଆର୍ଆଇ ମେସିନ୍
ରୋଗୀ ସମ୍ପର୍କୀୟ ମୃତ
/sambad/media/post_attachments/wp-content/uploads/2018/01/fb-1517131700.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)