ନୂଆଦିଲ୍ଲୀ: ବୁଧବାର ଅମୃତସର ବିମାନ ବନ୍ଦରର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ (AIU) ଦୁବାଇରୁ ପହଚିଂଥିବା ଏକ ବିମାନରୁ ଏକ କିଲୋଗ୍ରାମ ସୁନା ଜବତ କରିଛି। ଏହି ସୁନାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାର ସମ୍ପୃକ୍ତ ଥିବା ଜଣେ ଯାତ୍ରୀଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଗିରଫ କରିବା ସହିତ ମାମଲାର ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷରେ କୋଚିର କନ୍ନୁର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ବି ୧.୧୨ କିଲୋଗ୍ରାମ ସୁନା ଜବତ କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଅମୃତସରର ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇରୁ ପହଚିଂଥିବା ବିମାନରୁ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଏକ କିଲୋ ଓଜନର ସୁନା ବିସ୍କୁଟ ଜବତ କରିଛି। ଏହି ସୁନା ବିସ୍କୁଟକୁ ବିମାନର ଏକ ଖାଲି ସିଟ୍ ତଳେ କଳା ଟେପରେ ଗୁଡ଼ାଇ ରଖା ଯାଇଥିଲା |
ଏହି ଘଟଣାକୁ ନେଇ କଷ୍ଟମ ବିଭାଗର କମିଶନର ଏସ ରାଙ୍ଗା କହିଛନ୍ତି ଯେ, ମଙ୍ଗଳବାର ଦିନ ଦୁବାଇରୁ ଏକ ବିମାନରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି। ଜବତ ହୋଇଥିବା ସୁନାର ଯାଂଚ ଜାରି ରହିଛି।
ଏହାପୂର୍ବରୁ ତାମିଲନାଡୁରୁ ସୁନା ଚାଲାଣ ମାମଲା ସାମ୍ନାକୁ ଆସିଥିଲା। କଷ୍ଟମ ଅଧିକାରୀ ଅଗଷ୍ଟ ୪ ତାରିଖରେ ଚେନ୍ନାଇ ବିମାନବନ୍ଦରରୁ ୧.୪୮କିଲୋ ସୁନା ଜବତ କରିଥିଲା। ଯାହାର ମୂଲ୍ୟ ଆନୁମାନିକ ୮୨.୩ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/xgold-1599045681.jpg.pagespeed.ic_.BBCeU-07_H.jpg)