ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଗତକାଲି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଥିଲେ । ଇନଷ୍ଟା ପୋଷ୍ଟ ମାଧ୍ୟମ‌ରେ ସେ ନିଜର ଅବସର ନେଉଥିବା ଖବର ଦେଇଥିଲେ। ‌ତେବେ କିଛି ବର୍ଷ ପୂର୍ବେ ଯେତେବେଳେ ଧୋନୀଙ୍କ ଅବସର ବିଷୟରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ପଚରା ଯାଇଥିଲା, ସେ ଏହି ନିଷ୍ପତ୍ତି କେବଳ ଧୋନୀ ହିଁ ନେଇ ପାରିବେ ବୋଲି କହିଥିଲେ।

Advertisment

जब सुशांत से पूछा गया था धोनी के रिटायरमेंट पर सवाल, दिया था ये जवाब aajtak.intoday.in

ସାକ୍ଷାତକାରରେ ଯେତେବେ‌େଳେ ଧୋନୀଙ୍କୁ ଅବସର ନେଇଯିବା ଦରକାର କି? ବୋଲି ସୁଶାନ୍ତଙ୍କୁ ପ୍ରଶ୍ନ କରାଯାଇଥିଲା, ଏହାର ଉତ୍ତର ରଖି‌ ସେ କହିଥିଲେ, ଧୋନୀଙ୍କୁ କେତେବେଳେ ଅବସର ନେବା ଉଚିତ୍, ଏ ନେଇ କେବଳ ସେ ହିଁ ନିଷ୍ପତ୍ତି ନେଇପାରି‌ବେ। ତାଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ରହିଛି। ଦଳର ନେତା ହେବା ପାଇଁ ଯେଉଁସବୁ ଗୁଣ ରହିବା ଦରକାର, ତାହା ତାଙ୍କ ପାଖରେ ରହିଛି। ମୋତେ ଲାଗୁଛି କି, ଅବସର ନେବାର ନିଷ୍ପତ୍ତି କେବଳ ଧୋନୀ ହିଁ ନେଇ ପାରିବେ। ସେ କେତେବେଳେ ଅବସର ନେବା ଉଚିତ୍ ସେ ଜାଣିଛନ୍ତି।