ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡ଼ା ଚାଷ: କଳା କଡକନାଥ କୁକୁଡା ଚାଷ ପାଇଁ ୨ ହଜାର ଚିଆଁ କରିଛନ୍ତି ବରାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡା ଚାଷ । କଥାଟି ଶୁଣି ଆପଣଙ୍କୁ ଅଜବ ଲାଗିପାରେ । ମାତ୍ର ଏହା ସତ । ଖୁବଶୀଘ୍ର ଧୋନୀଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରୁ ମିଳିବ କଳା କଡକନାଥ କୁକୁଡା । ରାଞ୍ଚିରେ ଥିବା ଫାର୍ମରେ କୁକୁଡା ଚାଷ ଆରମ୍ଭ କରିବେ ଧୋନୀ । ଏଥିପାଇଁ କାମ ଆରମ୍ଭ କରିଛନ୍ତି ଧୋନୀ। ନିକଟରେ ଆଇପିଏଲ୍ କାର୍ଯ୍ୟକ୍ରମ ସାରି ସ୍ୱଦେଶ ଫେରିବା ସହ ୨ ହଜାର କଳା କଡକନାଥ ଚିଆଁ ବରାଦ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏହି ପ୍ରଜାତିର ବିରଳ କୁକୁଡାର ମାର୍କେଟରେ ରହିଛି ବେଶ୍ ଚାହିଦା ।

കരിങ്കോഴി കുഞ്ഞുങ്ങള്‍ വില്‍പ്പനയ്ക്ക്'; ധോണി ഒന്നും നോക്കിയില്ല, ഇനി കോഴി കൃഷിയും | black chicken variety Kadaknath wins over MS Dhoni
Asianet News

କଡକନାଥ କୁକୁଡାରେ ଥିବା କଳା ରକ୍ତ ଓ କଳା ମାଂସ ଖାଇବାକୁ ସ୍ବାଦିଷ୍ଟ ଲାଗିଥାଏ । ଏପରିକି ଏହି କୁକୁଡା ଫ୍ୟାଟ୍ ଓ କୋଲେଷ୍ଟ୍ରଲ ବଢାଉ ନଥିବାରୁ ଲୋକଙ୍କର ଏହାର ମାଂସ ଖାଇବା ପ୍ରତି ଆଗ୍ରହ ରହିଛି । ଏହି ବିରଳ ପ୍ରଜାତିର କଡକନାଥ କୁକୁଡ଼ା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ବେଶୀ ମାତ୍ରାରେ ଦେଖିବାକୁ ମିଳେ । ତେଣୁ ଏହାର ବିଶେଷ ଚାହିଦାକୁ ଦେଖି ମହେନ୍ଦ୍ର ସିଂ ଧୋନୀ କଡକନାଥ କୁକୁଡର ଚାଷ ପାଇଁ ଆଗ୍ରହୀ ଥିବା ଜଣାପଡିଛି । କୁକୁଡା ପାଇଁ ଝାବୁଆରେ ଥିବା କଡକନାଥ ମୁର୍ଗା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁୁ ଯୋଗାଯୋଗ କରିଛନ୍ତି ଧୋନୀ ।

ସମ୍ବନ୍ଧିତ ଖବର