୧୫ଦିନ ପାଇଁ ଭାରତୀୟ ଯବାନଙ୍କ ଭଳି ଜୀବନ ବିତାଇବେ ଧୋନୀ, ଯବାନଙ୍କ ଭଳି କରିବେ ପାଟ୍ରୋଲିଂ ଓ ଗାର୍ଡ ଡ୍ୟୁଟି

ନୂଆଦିଲ୍ଲୀ : ୧୫ଦିନ ପାଇଁ କଶ୍ମୀରରେ ରହି ଭାରତୀୟ ଯବାନଙ୍କ ଭଳି ଜୀବନ ବିତାଇବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏ ନେଇ ଗୁରୁବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ୧୫ଦିନ ମଧ୍ୟରେ ସେ ପାଟ୍ରୋଲିଂ ଓ ଗାର୍ଡ ଡ୍ୟୁଟି କରିବେ ବୋଲି ଜଣା ପଡ଼ିଛି । ଜୁଲାଇ ୩୧ରୁ ସେ ନିଜର କାର୍ଯ୍ୟ ଆରମ୍ଭ କରିବା ସହ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସେ କଶ୍ମୀରରେ ରହି ସେନା ଯବାନଙ୍କ ଭଳି କାମ କରିବେ ।

ଭାରତୀୟ ସେନା ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଲେପ୍ଟନାଣ୍ଟ କର୍ଣ୍ଣେଲ ଏମ୍‌ଏସ୍‌ ଧୋନୀ ଜୁଲାଇ୩୧-ଅଗଷ୍ଟ ୧୫ପର୍ଯ୍ୟନ୍ତ ଭାରତୀୟ ସେନା ସହ କାମ କରିବେ । ଭିକ୍ଟର ଫୋର୍ସ ସହ ସାମିଲ ହୋଇ ସେ କଶ୍ମୀର ଘାଟିରେ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବା ସହ ଯବାନମାନଙ୍କ ସହ ରହିବେ ।

jansatta.com

ସୂଚନା ମୁତାବକ, ୩୮ବର୍ଷୀୟ ଧୋନୀଙ୍କୁ ୨୦୧୧ରେ ଲେପ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନ ଦିଆଯାଇଥିଲା । ୨୦୧୫ରେ ସେ ଭାରତୀୟ ଏୟାରକ୍ରାପ୍ଟରୁ ୫ଥର ପାରାଚ୍ୟୁଟ୍‌ ସାହାଯ୍ୟରେ ସଫଳ ଭାବରେ ଡ଼େଇଁ ପାରାଟ୍ରୁପର ଟ୍ରେନିଂକୁ ସଫଳ ଭାବେ ପୂରା କରିଥିଲେ । ପୂର୍ବରୁ ଭାରତୀୟ ସେନା ସହ କାମ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସମୟ ଅଭାବ ହେତୁ କାମ କରି ପାରୁ ନଥିଲେ ଧୋନୀ । କିନ୍ତୁ ଏବେ ଭାରତୀୟ ଟିମ୍‌ େଓ୍ଵଷ୍ଟଇଣ୍ଡିଜ୍‌ ଟୁର୍‌ରେ ଯାଉଥିବା ବେଳେ ଟିମ୍‌ ସହ ନ ଯାଇ ସେହି ସମୟକୁ ଭାରତୀୟ ସେନାକୁ ଦେବେ ବୋଲି ଚିନ୍ତା କରିଥିଲେ ଧୋନୀ ।

ସମ୍ବନ୍ଧିତ ଖବର