ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆଶ୍ବସ୍ତି । ମୁଦ୍ଦା ମାମଲାରେ ସିଦ୍ଦରମୈୟାଙ୍କୁ ମିଳିଲା କ୍ଲିନଚିଟ୍ । ମାମଲାର ତଦନ୍ତ କରୁଥିବା ଲୋକାୟୁକ୍ତ ସିଦ୍ଦରମୈୟା ଓ ତାଙ୍କ ପତ୍ନୀ ଏବଂ ସର୍ମ୍ପକୀୟଙ୍କୁ କ୍ଲିନଚିଟ ଦେଇଛନ୍ତି ।
ମହୀଶୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି ଅଧୀନସ୍ଥ କୋଟି କୋଟି ଟଙ୍କାର ଜମି ସିଦ୍ଦରମୈୟାଙ୍କ ପତ୍ନୀଙ୍କ ନାଁରେ ହେବା ନେଇ ଅଭିଯୋଗ ରହିଛି । ଗତବର୍ଷ ସେପ୍ଟେମ୍ବର ୨୫ରେ କର୍ଣ୍ଣାଟକ ସ୍ବତନ୍ତ୍ର ଅଦାଲତ ଲୋକୟାକ୍ତଙ୍କୁ ତଦନ୍ତ କରିବାକୁ ଅନୁମତି ଦେଇଥିଲେ । ୨୭ରେ ସିଦ୍ଦରମୈୟା ଓ ପତ୍ନୀଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା ଲୋକୟୁକ୍ତ ।
ତେବେ ମାମଲାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଯଥେଷ୍ଟ ପ୍ରମାଣ ନଥିବା କହିଛି ଲୋକାୟୁକ୍ତ । ଦୁନୀତି ନିବାରଣ କର୍ମ ସ୍ନେହମୟୀ କ୍ରିଷ୍ଣା ଦୁର୍ନୀତି ଅଭିଯୋଗ ଆଣିଥିଲେ ।ତେବେ ସ୍ନେହମୟୀଙ୍କୁ ଜବାବ ରଖିବାକୁ କହିଛନ୍ତି ଲୋକାୟୁକ୍ତ ।ଏହା ପରେ ଲୋକାୟୁକ୍ତ ଚୂଡାନ୍ତି ରିପୋର୍ଟ ଦାଖଲ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପାର୍ବତୀଙ୍କ ନାଁରେ ମହିଶୁରରେ ଥିବା ଜମିକୁ ମୁଦ୍ଦା ଅଧିଗ୍ରହଣ କରିବ କରି ଏହାଠାରୁ ଅଧିକ ଦାମର ଜମି ଆବଣ୍ଟନ କରିବା ଯୋଗୁଁ ୪୫ କୋଟି କ୍ଷତି ହୋଇଥିଲା ବୋଲି ଅଭିଯୋଗ ପତ୍ର ଦାଖଲ କରିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଜମିଥିବା ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲା ।