ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ବିଏମ୍ ପାର୍ବତୀଙ୍କ ବିରୋଧରେ ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ମୁଡା) ଜମି ଆବଣ୍ଟନ ଘଟଣାରେ ଚାଲିଥିବା ମାମଲାକୁ ରଦ୍ଦ ପାଇଁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ସୋମବାର ଖାରଜ କରି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବାକୁ ମନା କରି ମୌଖିକ ମନ୍ତବ୍ୟ ଦେଇ କହିଛନ୍ତି, ସେମାନଙ୍କୁ ନିର୍ବାଚନମଣ୍ଡଳୀରେ ସେମାନଙ୍କ ରାଜନୈତିକ ଲଢ଼େଇ ଲଢ଼ିବାକୁ ଦିଅନ୍ତୁ। ଏଥିପାଇଁ ଆପଣଙ୍କୁ (ଇଡିକୁ) କାହିଁକି ବ୍ୟବହାର କରାଯାଉଛି? ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁଙ୍କୁ ପ୍ରଧାନ ବିଚାରପତି କହିଥିଲେ, ଦୟାକରି ଆମକୁ ପାଟି ଖୋଲିବାକୁ ବାଧ୍ୟ କରନ୍ତୁ ନାହିଁ। ନଚେତ୍ ଇଡିକୁ ନେଇ ଆମେ କିଛି କଠୋର ମନ୍ତବ୍ୟ ଦେବାକୁ ବାଧ୍ୟ ହେବୁ। ରାଜନୈତିକ ଲଢ଼େଇ ପାଇଁ ଆପଣଙ୍କୁ କାହିଁକି ବ୍ୟବହାର କରାଯାଉଛି ବୋଲି ପ୍ରଧାନ ବିଚାରପତି ପଚାରିଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp