କରୋନା ସଂକ୍ରମଣକୁ ରୋକିବା ପାଇଁ ଶନିବାର ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ହେବ ମୋଗଲ ଗାର୍ଡେନ

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ମାର୍ଚ୍ଚ  ୭ତାରିଖ (ଶନିବାର) ଠାରୁ ଜନସାଧାରଣଙ୍କ ପାଇଁ ମୋଗଲ ଗାର୍ଡେନ ବନ୍ଦ ରହିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର କହିଛନ୍ତି। ସିଓଭିଆଇଡି-୧୯ ନୋଭେଲ କରୋନାଭାଇରସକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନରେ ସତର୍କତା ଅବଲମ୍ବନ କରି ମୋଗଲ ଗାର୍ଡେନ ବନ୍ଦ ହେବ ବୋଲି ଜଣା ପଡ଼ିଛି। ସଂକ୍ରମଣ ଭୟ ଥିବାରୁ ଜନସାଧାରଣଙ୍କ ପାଇଁ କୌଣସି ପ୍ରକାରର ବୃହତ ସମାବେଶକୁ ଏଡ଼ାଇବା ପାଇଁ ମାର୍ଚ୍ଚ ୭ରୁ ମୋଗଲ ଗାର୍ଡେନକୁ ବନ୍ଦ କରିଦିଆଯିବ।

Image result for Mughal Gardens to be closed for public from March 7 amid coronavirus scare
Rediff.com

ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଉତ୍ତମ ନଗରର ଜଣେ ବାସିନ୍ଦା କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା କଥା ସାମ୍ନାକୁ ଆସିବା ପରେ ଏହାକୁ ମିଶାଇ ସମଗ୍ର ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, “ଜାନୁଆର ୧୭ ତାରିଖରୁ ଏ ସମ୍ପର୍କରେ ପଦକ୍ଷେପ ନିଆଯାଇଛି ଏବଂ ଆମେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଛୁ। ଏ ପ୍ରସ୍ତୁତି ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ପରାମର୍ଶ ଦେବା ପୂର୍ବରୁ ଆରମ୍ଭ କରି ଦେଇଥିଲୁ। ସେ ସୂଚନା ଦେଇଛନ୍ତି ଯେ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗର ସୀମା ପାର ହେଉଥିବା ଲୋକଙ୍କ ଯାଞ୍ଚ ମଧ୍ୟ ନିର୍ଦ୍ଦିଷ୍ଟ ଦଳ ଦ୍ୱାରା କରାଯାଉଛି।

ସମ୍ବନ୍ଧିତ ଖବର