ମୁଜାଫରନଗର ଆଶ୍ରୟସ୍ଥଳ କେଳେଙ୍କାରୀ

ସିବିଆଇକୁ ୩ ମାସ ସମୟ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ମୁଜାଫର୍‌ନଗର ଆଶ୍ରୟ ଘରେ ବାଳିକାମାନଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ସୁପ୍ରିମ କୋର୍ଟରେ ଅଧିକ ସମୟ ମଗାଯାଇଥିଲା। ଏହାର ବିଚାର କରି ସୁପ୍ରିମ କୋର୍ଟ ଅଧିକ ୩ ମାସ ସମୟ ଦେଇଛନ୍ତି। ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ଉକ୍ତ ଆଶ୍ରୟ ଘରେ ଅନେକ ବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଟାଟା ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ ରିପୋର୍ଟ ଦେବା ପରେ ଘଟଣା ସାମନାକୁ ଆସିଥିଲା। ଘଟଣାର ତଦନ୍ତ କରି ଜୁନ୍‌ ୩ ସୁଦ୍ଧା ଏହାର ଷ୍ଟାଟସ୍‌ ରିପୋର୍ଟ ଦେବାକୁ କୋର୍ଟ ସିବିଆଇକୁ ପୂର୍ବରୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର