ମୁଜାଫରପୁର ଆଶ୍ରୟସ୍ଥଳ ମାମଲା:‘ମିଡିଆ ଟ୍ରାଏଲ୍‌’କୁ ପ୍ରଶ୍ରୟ ଦିଆଯିବ ନାହିଁ

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା ନେଇ  ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଗଣମାଧ୍ୟମ ତା’ର ସୀମା ଭିତରେ ରହିବା ଉଚିତ। ଏଭଳି ମାମଲାରେ ‘ମିଡିଆ ଟ୍ରାଏଲ୍‌’କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ମୁଜାଫରପୁର ମାମଲାରେ ପାଟନା ହାଇକୋର୍ଟ ଗଣମାଧ୍ୟମ ତଦନ୍ତ ରିପୋର୍ଟକୁ ନେଇ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇଥିବାରୁ ଏହାକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରାଯାଇଛି। କୋର୍ଟ  ଏହାର ଶୁଣାଣି କରି କହିଛନ୍ତି, ଏହା ଏକ ସାଧାରଣ ବ୍ୟାପାର ନୁହେଁ। ଗଣମାଧ୍ୟମ ଅନିୟନ୍ତ୍ରିତ ଭାବେ ଏଭଳି ମାମଲାକୁ ନେଇ ରିପୋର୍ଟ ପରିବେଷଣ କରିବା ଏବଂ ନ୍ୟାୟିକ ପ୍ରକ୍ରିୟାର କୌଣସି ଦିଗକୁ ଧ୍ୟାନ ନଦେଇ ମତାମତ ରଖିବା ଦ୍ୱାରା ବଡ଼ ଧରଣର ବିଭ୍ରାନ୍ତି ଉପୁଜୁଛି। ଏ ବାବଦରେ ଆଗାମୀ ୧୮ ତାରିଖ ଦିନ ପୁଣି ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର