ଧନୀ ତାଲିକାରେ ୧ ନମ୍ବର ଥିବା ମୁକେଶ ଅମ୍ବାନି ଦାନୀ ତାଲିକାର ୩ୟ ସ୍ଥାନରେ

ନୂଆଦିଲ୍ଲୀ : କିଛି ଦିନ ତଳେ ଆମେ ଭାରତର ଧନୀ ତାଲିକା ପ୍ରକାଶ କରିଥିଲୁ । ଏହି ତାଲିକାରେ ଗତ କିଛି ବର୍ଷ ଧରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ରହିଆସିଛନ୍ତି । ତାଙ୍କ ତଳକୁ ରହିଛନ୍ତି ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀ । କିନ୍ତୁ ସମାଜ ସେବା ପାଇଁ ଦାନ ଦୃଷ୍ଟିରୁ ଏମାନଙ୍କ ସ୍ଥାନ କେତେ ?

ସମାଜ କଲ୍ୟାଣ ପାଇଁ ଦାନ କରୁଥିବା ଲୋକମାନଙ୍କ ତାଲିକାର ନମ୍ବର ୧ ସ୍ଥାନରେ ମୁକେଶ ଅମ୍ବାନୀ ନାହାନ୍ତି । ‘ଏଡେଲଗିଫ ହୁରୁନ ଇଣ୍ଡିଆ ଫିଲାନଟ୍ରୋପି ତାଲିକା ୨୦୧୯’ର ନଂ୧ ସ୍ଥାନରେ ରହିଛନ୍ତି ଏଚସିଏଲ ଗ୍ରୁପ ଅଧ୍ୟକ୍ଷ ଶିବ ନାଦର । ୨ ନମ୍ବର ସ୍ଥାନରେ ରହିଛନ୍ତି ଓ୍ଵିପ୍ରୋର ପ୍ରତିଷ୍ଠାତା ଅଜୀମ ପ୍ରେମଜୀ । ୩ୟ ସ୍ଥାନରେ ରହିଛନ୍ତି ଭାରତର ୧ ନମ୍ବର ଧନୀ ମୁକେଶ ଅମ୍ବାନି । ନାଦର ଓ ପରିବାର ପ୍ରାୟ ୮୨୬ କୋଟି ଟଙ୍କା ଦାନ କରିଥିବାବେଳେ ପ୍ରେମଜୀ ୪୫୩ କୋଟି ଓ ଅମ୍ବାନୀ ୪୦୨ କୋଟି ଦାନ କରିଛନ୍ତି । ଶୁଭ ସୂଚନା ହେଉଛି ଆମ ଦେଶର ଧନୀମାନେ ଦାନ କରିବାକୁ ଧୀରେ ଧୀରେ ଆଗଭର ହେଲେଣି । ସାମାଜିକ କାର୍ଯ୍ୟପାଇଁ ୫ କୋଟିରୁ ଅଧିକ ଦାନ କରିଥବା ଲୋକମାନଙ୍କ ସଂଖ୍ୟା ୨୦୧୮ରେ ୩୮ ଥିବାବେଳେ ଏବର୍ଷ ତାହା ୭୨ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର