ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଦୀର୍ଘ ୫୦୦ ବର୍ଷ ସଂଘର୍ଷର ଅବସାନ ଘଟିଛି । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ମୋହିତ କରିଦେଇଛି । ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିବା ଅତିଥି ଅଯୋଧ୍ୟାରେ ପହଞ୍ଚିଥିବା ବେଳେ ସମସ୍ତଙ୍କ ନଜର ଥିଲା ଅମ୍ବାନୀ ପରିବାର ଉପରେ। ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ବାଇଁ ଆନନ୍ଦ ପିରାମଲ, ପୁଅ ଆକାଶ-ଅନନ୍ତଙ୍କ ସମେତ ୨ବୋହୂଙ୍କୁ ନେଇ ରାମ ମନ୍ଦିରରେ ପହଞ୍ଚିଥିଲେ ।
ପୁରା ପରିବାର ପ୍ରଭୁ ରାମଙ୍କର ଦର୍ଶନ କରିବା ସହ ମନ୍ଦିର କାମ ପାଇଁ କିଛି ଟଙ୍କା ଦାନ କରିଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଅମ୍ବାନୀ ପରିବାର ରାମ ମନ୍ଦିର ଟ୍ରଷ୍ଟକୁ ୨.୫୧କୋଟି ଟଙ୍କାର ଦାନ ଦେଇଛନ୍ତି ।
ତେବେ ଅମ୍ବାନୀ ପରିବାର ବ୍ୟତୀତ ରଣବୀର କପୁର, ଆଲିଆ ଭଟ୍ଟ, ବିକି କୌଶଲ, କଟ୍ରିନା କୈଫ୍, ମାଧୁରୀ ଦୀକ୍ଷିତ୍, ଆୟୁଷ୍ମାନ ଖୁରାନା, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ରଜନୀକାନ୍ତ, କଙ୍ଗନା ରାଣାୱତ୍, ସଚିନ ତେନ୍ଦୁଲକରଙ୍କ ଭଳି ସେଲିବ୍ରିଟି ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେଇଥିବା ଦେଖାଯାଇଥିଲା ।
କଙ୍ଗନା ରାଣାୱତଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଖୁସି ହୋଇ ଜୟ ଶ୍ରୀରାମ କହୁଥିବା ଦେଖିବାକୁ ମିଳିଥିଲା।
View this post on Instagram
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ସ_files-193.jpg)