ନୂଆଦିଲ୍ଲୀ: ରାଧିକା ମର୍ଚାଣ୍ଟ ଓ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବିବାହକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଏହି କ୍ରମରେ ଅମ୍ବ‌ାନି ପରିବାରରେ ବିରାଟ ବିବାହର ଏକ ଉତ୍ସବ ଆୟୋଜିତ ହୋଇ ସାରିଛି। ତେବେ ଏହି ଉତ୍ସବ ଅନନ୍ତଙ୍କ ବିବାହ ପାଇଁ ନୁହେଁ ବରଂ ଅମ୍ବାନି ଦମ୍ପତି କରିଥିବା ୫୦ଯୋଡ଼ିଙ୍କ ବାହାଘର ପାଇଁ ଆୟୋଜିତ ହୋଇଥିଲା।

Advertisment

ଅମ୍ବାନି ପରିବାର ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ପାଲଘର ଅଞ୍ଚଳରେ ପହଞ୍ଚି ୫୦ଯୋଡ଼ିଙ୍କ ସାମୁହିକ ବିବାହ କରାଇଛନ୍ତି। ଏହି ବିବାହ କାର୍ଯ୍ୟ ରିଲାଏନ୍ସ କର୍ପୋରେଟ୍ ପାର୍କରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ପ୍ରାୟ ନବଦମ୍ପତିଙ୍କ ପରିବାରର ୮୦୦ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।  ଏହି ସ‌ାମୁହିକ ବିବାହକୁ ଅନନ୍ତଙ୍କ ପ୍ରିୱେର୍ଡିଂ ବିବାହର ଏକ ଅଂଶ ବୋଲି କୁହାଯାଉଥିବା ବେଳେ ଏଥିରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟ  ବେଶ ଖୁସି ଥିଲେ।

ଏହି କାର୍ଯ୍ୟକ୍ରମରେ ଅମ୍ବାନି ଦମ୍ପତିଙ୍କ ସହ ତାଙ୍କ ବଡ଼ପୁଅବୋହୂ ଓ ଝିଅଜ୍ବାଇଁ ଉପସ୍ଥିତ ରହି ନବବିବାହିତଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ ।