ରାଧିକା ମର୍ଚାଣ୍ଟଙ୍କ ସହ ନିର୍ବନ୍ଧ କଲେ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ

ମୁମ୍ବାଇ: ରାଧିକା ମର୍ଚାଣ୍ଟଙ୍କ ସହ ନିର୍ବନ୍ଧ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ତାଙ୍କ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚାଣ୍ଟଙ୍କ ସହ ଆଜି ନିର୍ବନ୍ଧ କରିଛନ୍ତି। ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ଉତ୍ସବ ମୁମ୍ବାଇରେ ଥିବା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଅନୁଷ୍ଠିତ ହୋଇଥିଲା। ଦୁହିଁଙ୍କ ନିର୍ବନ୍ଧ ଅବସରରେ ଆଣ୍ଟିଲିଆକୁ ଖୁବ ସୁନ୍ଦର ଭାବେ ସଜାଯାଇଥିବା ଦେଖିବ‌ାକୁ ମିଳିଥିଲା। ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ପୁରୁଣା ପରମ୍ପରା ଅନୁଯାୟୀ କରାଯାଇଥିବା ବେଳେ ଏହି ଅବସରରେ ମୁକେଶ ଅମ୍ବାନିଙ୍କ ସମଗ୍ର ପରିବାର ଏକାଠି ହୋଇଥିଲେ।

Anant Ambani and Radhika Merchant and the Ambani family at the engagement ceremony. (Photo courtesy: Yogen Shah)
indiatoday

ନିର୍ବନ୍ଧ ଉତ୍ସବର କିଛି ଫଟୋ ଏବେ ଭାଇରାଲ ହୋଇଥିବା ବେଳେ ଫଟୋରେ ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନିଙ୍କ ସହିତ ସେମାନଙ୍କ ଝିଅ ଇଶା ଅମ୍ବାନି ଏବଂ ଜ୍ବାଇଁ ଆନନ୍ଦ ପିରାମଲ ନଜର ଆସିଛନ୍ତି। ଏହା ସହିତ ବଡ ପୁଅ ଆକାଶ ଅମ୍ବାନି, ସାନ ପୁଅ ଅନନ୍ତ ଅମ୍ବାନି, ବଡ଼ ବୋହୂ ଶ୍ଲୋକା ଓ ସାନ ବୋହୂ ହେବାକୁ ଥିବା ରାଧିକା ମଧ୍ୟ ଫଟୋରେ ଥିବା ଦେଖାଯାଇଛି।

Anant Ambani and Radhika Merchant got engaged. (Photo courtesy: Yogen Shah)

ଏହା ପୂର୍ବରୁ ରାଧିକା ଓ ଅନନ୍ତଙ୍କ ମେହେନ୍ଦୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ସହ ରାଜସ୍ଥାନର ନାଥଦ୍ବାରା‌ରେ ଥିବା ପ୍ରଭୁ ଶ୍ରୀନାଥଜୀଙ୍କ ମନ୍ଦିରରେ ଉଭୟଙ୍କ ନିର୍ବନ୍ଧ ‌ହୋଇଥିଲା। ମନ୍ଦିରେ ନିର୍ବନ୍ଧ କରିବା ପରେ ଆଜି ଏକ ବଡ଼ ପାର୍ଟିର ଆୟୋଜନ କରି ଅମ୍ବାନି ପରିବାର ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ କରାଇଛନ୍ତି।

ସମ୍ବନ୍ଧିତ ଖବର