ନୂଆଦିଲ୍ଲୀ: ‘ଓବେରୟ ହୋଟେଲ୍‌ ଆଣ୍ଡ୍‌ ରିସର୍ଟ’ ସହିତ ମିଶି ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ ମୁମ୍ବାଇର ‘ଅନନ୍ତ ବିଳାସ’ ଓ ଇଂଲଣ୍ଡ୍‌ର ‘ଷ୍ଟୋକ୍‌ ପାର୍କ’ ସମେତ ତିନୋଟି ପ୍ରସିଦ୍ଧ ହୋଟେଲ୍‌ ପ୍ରକଳ୍ପର ପରିଚଳାନା କରିବ ବୋଲି ଗୁରୁବାର ଦିନ ‘ରିଲାଏନ୍‌ସ୍‌’ କହିଛି।

Advertisment

ମୁକେଶ ଅମ୍ବାନୀଙ୍କ କମ୍ପାନି ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ ଓ ବିକ୍ରମ ଓବେରୟଙ୍କ ‘ଦି ଓବେରୟ ହୋଟେଲ୍‌ସ୍‌ ଆଣ୍ଡ୍‌ ରିସର୍ଟସ୍‌’ ପରିଚାଳନା କରିଥିବାକୁ ଥିବା ତୃତୀୟ ପ୍ରକଳ୍ପ ପ୍ରସ୍ତାବଟି ଗୁଜରାଟରେ ହେବ ବୋଲି ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ କହିଛି।

ସୂଚନାଯୋଗ୍ୟ, ୨୦୨୧ରେ ମୁକେଶ ଅମ୍ବାନି ୫୦୦ କୋଟିରୁ ଅଧିକ ଟଙ୍କା ବିନିମୟରେ ଇଂଲଣ୍ଡ୍‌ର ପ୍ରସିଦ୍ଧ ‘ଷ୍ଟୋକ୍‌ ପାର୍କ’ ହୋଟେଲ୍‌ ଖରିଦ କରିଥିଲେ। ୩୦୦ ଏକର ଜମିରେ ଅବସ୍ଥିତ ‘ଷ୍ଟୋକ୍‌ ପାର୍କ’ ‌ଅଟ୍ଟାଳିକା ୧୦୬୬ ମସିହାରେ ନିର୍ମିତ ହୋଇଥିଲା। ପୁନର୍ବାର ୧୭୬୦ରେ ଏହି ଅଟ୍ଟାଳିକାର ନବୀକରଣ କରାଯାଇଥିଲା।

publive-image Image Courtesy of Press Trust of India

‌‘ଷ୍ଟୋକ୍‌ ପାର୍କ’ରେ ରହିଛି ଗୋଟାଏ ହୋଟେଲ୍‌, କ୍ରୀଡ଼ା କେନ୍ଦ୍ର ଓ ‌ୟୁରୋପର ଶ୍ରେଷ୍ଠ ‘ଗଲଫ୍‌ କୋର୍ସ’ଗୁଡ଼ିକରୁ ଗୋଟିଏ ‘ଗଲଫ୍‌ କୋର୍ସ’। ଏଗୁଡ଼ିକୁ ନବୀକରଣ କରାଇବାରେ ଓବେରୟ ରିଲାଏନ୍‌ସ୍‌କୁ ସହଯୋଗ କରିବ।

ଏହାଛଡ଼ା, ଓବେରୟ ମୁମ୍ବାଇସ୍ଥିତ ‘ଅନନ୍ତ ବିଳାସ’ର ମଧ୍ୟ ପରିଚାଳନା କରିବ। ମୁମ୍ବାଇର ଚଳଚଞ୍ଚଳ ବ୍ୟାବସାୟିକ ଜିଲ୍ଲା ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍‌ସ୍‌ରେ ‘ଅନନ୍ତ ବିଳାସ’ ଅବସ୍ଥିତ। ଏଥିରେ ମଧ୍ୟ ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ ସହଯୋଗ କରିବ।

କିନ୍ତୁ, ଏଯାବତ୍‌ ନାମ ଘୋଷଣା କରାଯାଇ ନ ଥିବା ଅନ୍ୟ ଏକ ହୋଟେଲ୍‌ ପ୍ରକଳ୍ପ ଲାଗି ମୁକେଶ ଅମ୍ବାନି ଗୁଜରାଟରେ ଅର୍ଥ ନିବେଶ କରୁଛନ୍ତି। ଉନ୍ମୋଚନ ପୂର୍ବରୁ ଏହାର ପରିଚାଳନା ଭାର ଗ୍ରହଣ କରିବା ଲାଗି ଓବେରୟ ରାଜିନାମା ସ୍ବାକ୍ଷର କରିଛି।