ମୁକେଶ ଓ ନୀତା ଅମ୍ବାନୀଙ୍କ ଜୀବନର ଏକ ଗୂଢ଼ ଓ ଗୋପନ ରହସ୍ୟ ଉପରୁ ପର୍ଦ୍ଦା ଉଠାଇଲେ ଦୁହିତା ଈଶା; ଜାଣନ୍ତୁ କ’ଣ ସେଇ ରହସ୍ୟ…

ନୂଆଦିଲ୍ଲୀ: ଦେଶର ଧନୀ ନମ୍ବର ୧ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ବିବାହର ୭ ବର୍ଷ ପର ପର୍ଯ୍ୟନ୍ତ ଥିଲେ ନିଃସନ୍ତାନ। ପରେ ସେମାନେ ଆଇଭିଏଫ୍‌ ପଦ୍ଧତି (ଟେଷ୍ଟଟ୍ୟୁବ୍‌) ଆପଣାଇ ଈଶା ଓ ଆକାଶଙ୍କୁ ନିଜର ଯାଁଳା ସନ୍ତାନ ରୂପେ ପାଇ ପାରିଥିଲେ। ‘ବଡ଼ ଘରର ଏଇ ବଡ଼ ଗୁମର’ କଥାକୁ ଆଉ କେହି ନୁହେଁ ବରଂ ଖୋଦ୍‌ ଅମ୍ବାନୀ ଦୁହିତା ଈଶା ସର୍ବସାଧାରଣ କରିବା ପରେ ଏହାକୁ ନେଇ ଏବେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା।

ନିକଟରେ ଏକ ଜାତୀୟସ୍ତରର ପତ୍ରିକାର ପ୍ରଚ୍ଛଦପଟରେ ସ୍ଥାନ ପାଇଥିଲେ ଅମ୍ବାନୀ ଦୁହିତା ଈଶା। ଆଉ ସେଇ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା ଈଶାଙ୍କର ଏକ ଦୀର୍ଘ ସାକ୍ଷାତକାର; ଯେଉଁଥିରେ ସେ ଏହି ଖୁଲାସା କରିଥିଲେ। ଈଶା କହିଥିଲେ, ସେ ଓ ତାଙ୍କ ଭାଇ ଆକାଶ ହେଉଛନ୍ତି ଯାଁଳା ଭାଇ ଭଉଣୀ। ସେମାନଙ୍କ ପିତା-ମାତା (ମୁକେଶ-ନୀତା) ବିବାହର ୭ ବର୍ଷ ପର ପର୍ଯ୍ୟନ୍ତ ନିଃସନ୍ତାନ ରହିବା ପରେ ଆପୋଷ ବୁଝାମଣା ଜରିଆରେ ଆଇଭିଏଫ୍‌ ପଦ୍ଧତି ଆପଣାଇ ଆମ ଦୁହିଁଙ୍କୁ (ମୋତେ ଓ ଆକାଶକୁ) ସେମାନଙ୍କର ଯାଁଳା ସନ୍ତାନ ରୂପେ ପାଇଥିଲେ।

ଆମେ ଜନ୍ମ ନେବା ପରେ ଦୀର୍ଘ ୫ ବର୍ଷ ପର୍ଯ୍ୟନ୍ତ ଆମ ମା’ ସବୁ କାମରୁ ଅବ୍ୟାହତି ନେଇ ଆମର ଯତ୍ନ ନେଇଥିଲେ। ଆମ ମା’ ଆମମାନଙ୍କୁ ବହୁତ ଭଲ ପାଆନ୍ତି। ହେଲେ ଆଜି ବି ସେ ଆମମାନଙ୍କ ପାଇଁ ହେଉଛନ୍ତି ‘ଟାଇଗର ମମ୍‌’। ଆମେ ଧନୀ ପରିବାରର ପିଲା ସତ। ଆମ ପିତା ମାତା ଆମର ସମସ୍ତ ପ୍ରକାରର ଅଳି ଅର୍ଦ୍ଦଳିକୁ ଅକାତରରେ ପୂରଣ ମଧ୍ୟ କରିଛନ୍ତି; କିନ୍ତୁ ତା’ ସହ ମଧ୍ୟ ଶିକ୍ଷା ଦେଇଛନ୍ତି ଜୀବନର ପ୍ରତିଟି କ୍ଷେତ୍ରରେ ରହିଥିବା ମୂଲ୍ୟ ଓ ମୂଲ୍ୟବୋଧ ସଂପର୍କରେ। ଯେଉଁ କାରଣ ପାଇଁ ଆମର ପରିବାର ଏକ ଅନନ୍ୟ ଓ ନିଆରା ପରିବାର ବୋଲି ମୁଁ ବିଚାର କରେ ବୋଲି କହିଛନ୍ତି ଈଶା।

ସମ୍ବନ୍ଧିତ ଖବର