କୋଭିଡ-୧୯ ମୁକାବିଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସମଭାବାପନ୍ନ

ନୂଆଦିଲ୍ଲୀ : ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସମାଜର ଅନ୍ୟମାନଙ୍କ ଭଳି ଏଥିରେ ସହଭାଗୀ ଅଛନ୍ତି ବୋଲି ଶ୍ରୀ ନକଭି କହିଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଅଧୀନସ୍ଥ କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ ୧୫୦୦ ସ୍ୱାସ୍ଥ୍ୟସେବା ସହାୟକଙ୍କୁ ତାଲିମପ୍ରାପ୍ତ ହୋଇ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରୁ ଶତକଡା ୫୦ ଭାଗ ହେଉଛନ୍ତି ଝିଅ, ଯେଉଁମାନେ କି ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା କରୁଛନ୍ତି। ଏଭଳି ଆହୁରି ୨୦୦୦ ସ୍ୱାସ୍ଥ୍ୟ ସହାୟକଙ୍କୁ ତାଲିମ ଦିଆଯିବ। ଏମାନଙ୍କୁ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱନାମଧନ୍ୟ ହସ୍ପିଟାଲରେ ବର୍ଷେ ତାଲିମ ଦିଆଯାଉଛି। ମନ୍ତ୍ରୀ ମୁକ୍ତାର ଆବ୍‌ବାସ୍‌ ନକ୍‌ଭି କହିଛନ୍ତି ଯେ, ଦେଶର ବିଭିନ୍ନ ୱାକଫ ବୋର୍ଡଗୁଡିକ ପକ୍ଷରୁ ପ୍ରତ୍ୟକ୍ଷ ସହାୟତା ଯୋଗାଣ ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟତା ପାଣ୍ଠିକୁ ୫୧ କୋଟି ଟଙ୍କା ଦାନ କରିଛନ୍ତି। ଶ୍ରୀ ନକଭି କହିଛନ୍ତି ଯେ, ଦେଶର ୧୬ଟି ହଜ ଭବନକୁ କରୋନା ରୋଗୀଙ୍କ ଏକାନ୍ତବାସ ନିମନ୍ତେ ବ୍ୟବହାର ପାଇଁ ରାଜ୍ୟ ସରକାରଗୁଡିକୁ ହସ୍ତାନ୍ତର କରାଯାଇଛି ।

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୧.୪୦ କୋଟି ଟଙ୍କା ପ୍ରଦାନ କରିଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ୧୦୦ ଶଯ୍ୟାର ବ୍ୟବସ୍ଥା କରିବା ସହ ୯୦୦୦ ରୋଗୀଙ୍କ ନମୁନା ପରୀକ୍ଷଣ କରିଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା ରୋଗୀଙ୍କ ପାଇଁ ସଙ୍ଗରୋଧ ଏବଂ ଏକାନ୍ତବାସ ବ୍ୟବସ୍ଥା ଆଜମିର ସରିଫ ଦର୍ଘା ଖ୍ୱାଜା ଆଦର୍ଶ ବିଦ୍ୟାଳୟ ଏବଂ କୟାଦ ବିଶ୍ରାମସ୍ଥଳୀଠାରେ କରାଯାଇଛି। ଜାତି, ଧର୍ମ ନିର୍ବିଶେଷରେ ଲକଡାଉନ କାଳରେ ୪୫୦୦ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହିତ ରହିବା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଦର୍ଘା କମିଟି ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ଅନ୍ୟ ରାଜ୍ୟରେ ଫସି ରହିଥିବା ବିଭିନ୍ନ ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଛି।

ମନ୍ତ୍ରାଳୟର ଶିଖୋ ଔର କମାଓ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାସ୍କ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ବଣ୍ଟାଯାଇଛି।

ସମ୍ବନ୍ଧିତ ଖବର