ପବିତ୍ର ରମ୍‌ଜାନ ମାସରେ ମସ୍‌ଜିଦ୍‌ ନଯାଇ ଘରେ ରହି ‘ଇଫ୍‌ତାର’ ରଖିବାକୁ ପରାମର୍ଶ ଦେଲେ ମୁଖ୍‌ତର ଆବାସ୍‌ ନକ୍‌ବୀ

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ ମାସରେ ମସ୍‌ଜିଦ୍‌କୁ ନଯାଇ ନିଜ ଘରେ ରହି ନମାଜ ବା ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତର୍‌ ଆବାସ୍‌ ନକ୍‌ବୀ। କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ସମ୍ମାନ ଦେଇ ଆବଶ୍ୟକୀୟ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ସେ ମୁସ୍‌ଲମାନମାନଙ୍କୁ ପରାମର୍ଶ ଦେଇଛନ୍ତି।

ସାମାଜିକ ଦୂରତ୍ବ ନ ରହିଲେ ମହାମାରୀ କରୋନା ତା’ର କାୟା ବିସ୍ତାର କରିପାରେ ବୋଲି ଆଶା ପ୍ରକଟ କରି ନକ୍‌ବୀ ଘରେ ରହି ‘ଇଫ୍‌ତାର’ କରିବାକୁ କହିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏବର୍ଷ ମୁସଲମାନମାନଙ୍କର ପବିତ୍ର ରମ୍‌ଜାନ ମାସ ଆସନ୍ତା ଏପ୍ରିଲ୍‌ ୨୪ କିମ୍ବା ୨୫ ତାରିଖରୁ ଆରମ୍ଭ ହେଉଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ମହାମାରୀ କରୋନା ମୁକାବିଲା ପାଇଁ ମାର୍ଚ ୨୫ ତାରିଖରୁ କେନ୍ଦ୍ର ସରକାର ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ୍‌ ସମୟ କାଳ ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଓଡ଼ିଶା ଓ ପଞ୍ଜାବ ପରି ଅନେକ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇ ଏପ୍ରିଲ୍‌ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି।

ସମ୍ବନ୍ଧିତ ଖବର