ଲକ୍ଷ୍ନୌ: ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀଙ୍କର ଅନ୍ତିମ ସଂସ୍କାର ଆଜି କଡ଼ା ସୁରକ୍ଷା ମଧ୍ୟରେ ଉତ୍ତରପ୍ରଦେଶର ଗାଜିପୁର ଠାରେ ଅନୁଷ୍ଠିତ ହେବ। ଶନିବାର ସକାଳେ ତାଙ୍କ ମୃତଦେହକୁ ଗାଜିପୁରକୁ ନିଆଯାଇଥିଲା ଏବଂ ସକାଳ ପ୍ରାୟ ୧୦ଟାରେ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି।
ଏହି ସମୟରେ ମୁଖତାର ଅନସାରୀଙ୍କର ଜେଲରେ ଥିବା ପୁଅ ଅବାସ ଅନସାରୀ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ମାଗି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଏହି ପ୍ରସଙ୍ଗରେ କୋର୍ଟର ନିଷ୍ପତ୍ତି ବିଚାରାଧୀନ ଅଛି।
#WATCH | Uttar Pradesh: Inside visuals from the residence of gangster-turned-politician Mukhtar Ansari, in Gazipur.
His mortal remains are being brought here for the last rites. pic.twitter.com/AIc07lARP2
— ANI (@ANI) March 29, 2024
ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କର ଗୁରୁବାର ରାତିରେ ବାନ୍ଦା ଜେଲ୍ରେ ହୃଦ୍ଘାତ ମୃତ୍ୟୁକୁ ନେଇ ବଡ଼ ଧରଣର ବିବାଦ ହୋଇଛି। ମୁଖତାରଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ସାଂପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି। ମୁଖତାରଙ୍କ ପ୍ରଭାବ ରହିଥିବା ମଉ ଏବଂ ଗାଜିପୁରରେ ଧାରା ୧୪୪ ଜାରି ହୋଇଛି।