ପ୍ରୟାଗରାଜ : ଗୋଟିଏ ପଟେ ଉତ୍ତରପ୍ରଦେଶର ମାଫିଆ ଡନ ଅତୀକ ଅହମ୍ମଦକୁ ଗୁଜରାଟରୁ ପ୍ରୟାଗରାଜ ଅଣାଯାଇଥିବାବେଳେ ଅନ୍ୟପଟେ ଆଉ ଏକ ମାଫିଆ ଡନ୍ ମୁଖତାର ଅନସାରୀକୁ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ୨୩ ବର୍ଷ ପୁରୁଣା ଏକ ମାମଲାରେ ଲକ୍ଷ୍ନୌର ଏକ କୋର୍ଟ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ, ଲାଲଜୀ ଯାଦବ, ୟୁସୁଫ ଚିସ୍ତି ଏବଂ ଆଲମଙ୍କୁ ଦୋଷମୁକ୍ତ କରିଛନ୍ତି ।
ଲକ୍ଷ୍ନୌ ଜେଲରେ ଜେଲ କର୍ମଚାରୀଙ୍କୁ ଆକ୍ରମଣକୁ ଏହି ମାମଲା ଚାଲିଥିଲା । ୨୦୦୦ ମସିହାରେ ଲକ୍ଷ୍ନୌର ଆଲମବାଗ ଥାନାରେ ଆଇପିସିର ଧାରା ୧୪୭, ୩୩୬, ୩୫୩ ଏବଂ ୫୦୬ ଅନୁଯାୟୀ ଏକ ଏଫଆଇଆର ରୁଜୁ ହୋଇଥିଲା । ଏହି ମାମଲାର ସମସ୍ତ ଅଭିଯୁକ୍ତ ଏବେ ଜାମିନରେ ଅଛନ୍ତି । ସଦ୍ୟତମ ଘଟଣାରେ ଅଦାଲତ ବଣ୍ଡକୁ ରଦ୍ଦ କରିବା ସହ ଅଭିଯୁକ୍ତମାନଙ୍କୁ ସେମାନଙ୍କ ଦାୟିତ୍ବରୁ ମୁକ୍ତ କରିଛନ୍ତି ।
ଅଦାଲତ କହିଛନ୍ତି ଯେ ଅଭିଯୁକ୍ତ ମାନଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ପ୍ରମାଣିତ କରିବାରେ ସରକାରୀ ପକ୍ଷ ବିଫଳ ହୋଇଛନ୍ତି। ଏଣୁ ଲକ୍ଷ୍ନୌର ଏସିଜେଏମ୍-୩ ଅମ୍ବରୀଶ କୁମାର ଶ୍ରୀବାସ୍ତବ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଯେ ୨୦୦୬ର ଏକ ଅପହରଣ ମାମଲାରେ ଆସନ୍ତା କାଲି ଅର୍ଥାତ ମଙ୍ଗଳବାରଦିନ ଅତୀକ ଅହମ୍ମଦକୁ ଦଣ୍ଡାଦେଶ ଦିଆଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-27-at-22.18.13.jpeg)