ନୂଆଦିଲ୍ଲୀ : ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ସୁହେଲଦେବ ଭାରତୀୟ ସମାଜ ପାର୍ଟି ବିଧାୟକ ଆବ୍ବାସ ଆନସାରିଙ୍କୁ ଗିରଫ କରିଛି। ଆବ୍ବାସ ହେଉଛନ୍ତି ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଆନସାରିଙ୍କ ପୁଅ। ଇଡି ୩୦ ବର୍ଷୀୟ ଆନସାରିଙ୍କୁ ପ୍ରୟାଗରାଜସ୍ଥିତ ନିଜ କାର୍ଯ୍ୟାଳୟରେ ତାଙ୍କ ବାପା ଓ ପରିବାର ବିରୋଧରେ ଚାଲିଥିବା ମନିଲଣ୍ଡରିଂ ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଗିରଫ କରିଛି। ଗତମାସରେ ଇଡି ମୁକ୍ତାର ଆନସାରିଙ୍କର ୧.୪୮ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଜବତ କରିଥିଲା। ପାଞ୍ଚଥର ବିଧାୟକ ଥିବା ଆନସାରି ବର୍ତ୍ତମାନ ଜେଲରେ ଅଛନ୍ତି। ତାଙ୍କ ନାମରେ ଜମି ହଡ଼ପ, ହତ୍ୟା ଉଦ୍ୟମ, ହତ୍ୟା ଆଦି ୪୯ଟି ଆପରାଧିକ ମାମଲା ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp