ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟାରରୁ ରାଜନେତା ବନିଥିବା ମୁଖତାର ଅନସାରିଙ୍କ ବିଧାୟକ ପୁଅ ଆବ୍ବାସ ଅନସାରିଙ୍କ ଦୁଇ ମହଲା ଘର ଉପରେ ଆଜି ବୁଲଡୋଜର ଚଢ଼ିଛି। ମାଉ ଜିଲ୍ଲାର ଜାହାଙ୍ଗିରାବାଦରେ ମୁଖତାରଙ୍କ ଦୁଇ ପୁଅ ଆବ୍ବାସ ଓ ଉମରଙ୍କ ନାମରେ ଏହି ଘର ଥିଲା। କୋଠା ନିର୍ମାଣ ପାଇଁ ସେମାନେ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି ନେଇ ନଥିବା ଅଭିଯୋଗ ହୋଇଥିଲା। ଏହାପରେ ମାଜିଷ୍ଟ୍ରେଟ ସେହି ଘରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାହା ପରେ ପୁଲିସ ଓ ଅନ୍ୟ ଅଧିକାରୀମାନେ ଶୁକ୍ରବାର ଉକ୍ତ ବିଳାସପୂର୍ଣ୍ଣ ଘରକୁ ମାଟିରେ ମିଶାଇ ଦେଇଛନ୍ତି। ଆବ୍ବାସ ମାଉ ଆସନରୁ ଏସ୍ବିଏସ୍ପିର ବିଧାୟକ ଥିବାବେଳେ ମନି ଲଣ୍ଡରିଂ ମାମଲାରେ ଗତ ୩ ମାସ ହେଲା ଜେଲ୍ରେ ଅଛନ୍ତି।
ମୁଖତାର ଅନସାରିଙ୍କ ପୁଅର ଘରକୁ ଭାଙ୍ଗିଲା ବୁଲଡୋଜର
/sambad/media/post_attachments/wp-content/uploads/2023/03/up-f.jpg)