ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ବିବାଦର ସମାଧାନ ଦାବିରେ ଗତ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ୱରରୁ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ନଭେମ୍ବର ୭ ତାରିଖରେ ଅମରାବତୀରେ ପହଞ୍ଚିବେ। ଅମରାବତୀ ନିକଟରେ ପହଞ୍ଚିଥିବା ମୁକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି।
ଆନ୍ଧ୍ର ପ୍ରଦେଶ ସହିତ ଓଡ଼ିଶାର ସୀମା ବିବାଦ ଅନେକ ଦିନରୁ ଲାଗି ରହିଥିବା ବେଳେ ସୀମାନ୍ତରେ ଥିବା ଓଡ଼ିଶାର କେତେକ ସ୍ଥାନରେ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ବାରମ୍ବାର ପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଆସୁଛି । ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକତ୍ର ବସି ଆଲୋଚନା କରିବାକୁ ଦାବି ଜଣାଇ ମୁକ୍ତିକାନ୍ତ ବିଶ୍ୱାଳ ଗତ ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ୱରରୁ ଏକାକୀ ପଦଯାତ୍ରାରେ ପ୍ରାୟ ୮୦୦ କିଲୋମିଟର ଦୂର ଅମରାବତୀ ଅଭିମୁଖେ ବାହାରିଥିଲେ । ଭୁବନେଶ୍ୱରର ଗାନ୍ଧୀ ପାର୍କରୁ ସେ ତାଙ୍କ ପଦଯାତ୍ରା ଆରମ୍ଭ କରି ପ୍ରଥମେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।
/sambad/media/post_attachments/wp-content/uploads/2021/11/5fffb456-496a-43d3-95f0-fb1fd4869dd7.jpg)
ଦୀର୍ଘ ଏକ ମାସରୁ ଅଧିକ ଦିନର ପଦଯାତ୍ରା ବେଳେ ବାଟରେ ଉଭୟ ରାଜ୍ୟର ଜନସାଧାରଣ ମୁକ୍ତିକାନ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଅଭିଯାନର ସଫଳତା କାମନା କରିଥିଲେ । ଆଜି ସନ୍ଧ୍ୟା ୬ଟା ବେଳକୁ ସେ ଅମରାବତୀଠାରୁ ମାତ୍ର ୨୮ କିଲୋମିଟର ପୂର୍ବରୁ ଥିବା ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦର ଅତିକ୍ରମ କରିଛନ୍ତି। ସୁବିଧା ଦେଖି ଯେକୌଣସି ସ୍ଥାନରେ ଆଜି ରାତ୍ରିଯାପନ କରିବେ। ନଭେମ୍ବର ୭ ତାରିଖ ଅପରାହ୍ନରେ ସେ ଅମରାବତୀରେ ପହଞ୍ଚିଯିବେ। ଅମରାବତୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ. ଏସ୍. ଜଗନମୋହନ ରେଡ୍ଡି, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିରୋଧିଦଳ ନେତା ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନଙ୍କୁ ଭେଟିବା ପାଇଁ ସେ ପୂର୍ବରୁ ଅନୁମତି ଲୋଡ଼ିଛନ୍ତି। ନଭେମ୍ବରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମିଳିଲେ ମୁକ୍ତିକାନ୍ତ ସେମାନଙ୍କୁ ଭେଟି ନିଜର ଦାବି ଜଣାଇବେ।
ଇତିମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଆସନ୍ତା ୯ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସୁଥିବା ଖବର ପାଇ ମୁକ୍ତିକାନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । କୌଣସି କାରଣରୁ ଯଦି ମୁକ୍ତିକାନ୍ତଙ୍କୁ ନଭେମ୍ବର ୭ ଓ ୮ ତାରିଖରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ନ ମିଳେ, ତା’ହେଲେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଓଡ଼ିଶା ଗସ୍ତ ଶେଷ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ରହିବେ ବୋଲି ‘ସମ୍ବାଦ୍ ଡଟ୍ ଇନ୍’କୁ କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ଓ ଆନ୍ଧ୍ର ସୀମାରେ କୋଟିଆ, ଗଙ୍ଗବାଡ଼ (ଗଜପତି ସୀମା), ମାଣକପାଟଣା (ଗଜପତି ସୀମା) ଆଜି ସ୍ଥାନରେ ଦୀର୍ଘ ଦିନରୁ ବିବାଦ ଚାଲି ଆସୁଛି।ସୀମାରେ ରହୁଥିବା ଲୋକଙ୍କୁ ସରକାରୀ କାମକାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/7df58196-f891-4cd5-aea7-2fe1415fe8ae.jpg)