ବିଜେପି ଛାଡି ପୁଣି ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ମୁକୁଲ ରାୟ, ‘କାହିଁକି ଛାଡ଼ିଲି ବିଜେପି ପରେ କହିବି’ କହିଲେ ମୁକୁଲ

କୋଲକାତା: ମୁକୁଲ ରାୟ ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ଛାଡି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୁକୁଲ ରାୟ ଆମର ପୁଅ, ସେ ଘରକୁ ଫେରିଛନ୍ତି। ମୁକୁଲ ରାୟ କହିଛନ୍ତି, ‘ମୁଁ ଖୁସି ଯେ ମୁଁ ପୁରୁଣା ପାର୍ଟିକୁ ଫେରି ଆସିଛି। ପଶ୍ଚିମବଙ୍ଗର ନିଜର ସ୍ଥିତିକୁ ଫେରିବାକୁ ଚାହୁଁଛି ଏବଂ ଆମେ ଏହାକୁ ଆଗେଇ ନେବୁ।

ଏହି ସମୟରେ ମୁକୁଲ ମଧ୍ୟ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପିର ଯେଭଳି ସ୍ଥିତି ଅଛି, ବିଜେପିରେ କେହି ରହିବେ ନାହିଁ। ସୂଚନାଯୋଗ୍ୟ ଯେ ମୁକୁଲ ରାୟ ଟିଏମସି ଛାଡି ୨୦୧୭ ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ଟିଏମସି ନେତାଙ୍କୁ ବିଜେପିରେ ଯୋଗଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ନିର୍ବାଚନ ପରେ ମୁକୁଲ ରାୟଙ୍କର ବିଜେପି ସହ ମନାନ୍ତରର ଖବର ଆସିଥିଲା।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ମୁକୁଲ ରାୟ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମଣର ଶିକାର ହୋଇଥିଲେ, ସେତେବେଳେ ବିଜେପି ନେତାମାନେ କେହି ତାଙ୍କୁ ଭେଟିନଥିଲେ । କିନ୍ତୁ ପରେ ଯେତେବେଳେ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ତାଙ୍କୁ ଭେଟିବାକୁ ଆସିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକୁଲ ରାୟଙ୍କ ସହ ଫୋନରେ କଥା ହୋଇଥିଲେ। ତେବେ ସେହି ସମୟରେ ମୁକୁଲ ଟ୍ୱିଟର ଯୋଗେ ନିଜକୁ ବିଜେପିର ସୈନିକ ବୋଲି କହିଥିଲେ।

ସମ୍ବନ୍ଧିତ ଖବର