ବିଜେପି ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଳ ରାୟ

କୋଲକତା : ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମୁକୁଳ ରାୟ ଆଜି ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଯ଼ାଇଛନ୍ତି । ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ସେ ତୃଣମୂଳ କଂଗ୍ରେସ ଭବନଠାରେ ସେ ଏହି ଦଳକୁ ଫେରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ ।
ଟିଏମସିରେ ମିଶିବା ପରେ ରାୟ କହିଛନ୍ତି ଯେ ବିଜେପିରେ ଥାଇ ସେ ଅଣନିଶ୍ବାସୀ ଅନୁଭବ କରୁଥିଲେ । ଏବେ ନିଜର ପୁରୁଣା ଦଳକୁ ଫେରିବା ପରେ ସେ ଖୁସି ଅନୁଭବ କରୁଛନ୍ତି । ଏଠାରେ ପୁରୁଣା ଲୋକଙ୍କ ଗହଣକୁ ଫେରି ସେ ଆନନ୍ଦିତ ।
ଅନ୍ୟପକ୍ଷରେ ମମତା ବାନାର୍ଜୀ କହିଛନ୍ତି ଯେ ମୁକୁଳ ରାୟ ହେଉଛନ୍ତି ଦଳର ପୁଅ । ତାଙ୍କର ଘର ବାହୁଡ଼ା ହୋଇଛି । ତେବେ ନିର୍ବାଚନ ପୂର୍ବରୁ ଯ଼େଉଁମାନେ ଦଳ ଛାଡ଼ିଥିଲେ ସେମାନଙ୍କୁ ଦଳକୁ ଆଉ ନିଆଯ଼ିବ ନାହିଁ । କାରଣ ସେମାନେ ହେଉଛନ୍ତି ବିଶ୍ବାସଘାତକ । ସେମାନେ ନିର୍ବାଚନ ପୂର୍ବରୁ ଦଳକୁ ଧୋକା ଦେଇଥିଲେ ଓ ଦଳ ବିରୋଧରେ ଅପଶବ୍ଦ କହିଥିଲେ ।
ପଶ୍ଚିମବଙ୍ଗରେ ବିଜେପିର ପରାଜୟ ପରେ ମୁକୁଳ ରାୟ ଦଳୀୟ ବୈଠକକୁ ଆସୁନଥିଲେ । ଏହାପରେ ସେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର