୬୦ ବର୍ଷ ବୟସରେ ନିଜ ସାଙ୍ଗଙ୍କୁ ବିବାହ କଲେ ଏହି କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ବାଶନିକ ନିଜ ସାଙ୍ଗ ରବିନା ଖୁରାନାଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହରେ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ | ନୂଆଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ନିଜ ପିଲାଦିନର ସାଙ୍ଗ ରବିନାଙ୍କ ହାତ ଧରିଛନ୍ତି ଏହି କଂଗ୍ରେସ ନେତା | ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ, ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ, ଅମ୍ବିକା ସୋନି, ବିକେ ହରିପ୍ରସାଦ ଓ ଆନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ |


ମୁକୁଲଙ୍କ ନାମ ଗତବର୍ଷ ଚର୍ଚ୍ଚାକୁ ଆସିଥିଲା | ଯେତେବେଳେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ତାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହୋଇଥିଲା | ଗାନ୍ଧୀ ପରିବାରର ଅତି ଖାସ କୁହାଯାଉଥିବା ମୁକୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଦେବା ନେଇ ଶୀର୍ଷ ସ୍ତରୀୟ ନେତା ପ୍ରସ୍ତାବ ଦେଇଥିଲେ |

କିନ୍ତୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ ଶେଷ ମୁହୂର୍ତ୍ତରେ ସୋନିଆ ଦାୟିତ୍ୱ ନେଇଥିଲେ | ମୁକୁଲ ମନମୋହନ ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଥିଲେ | ସେ ୨୦୦୯ ମସିହାରେ ମହାରାଷ୍ଟ୍ରର ରାମଟେକ ଲୋକସଭା ଆସନରୁ ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ | ବର୍ତ୍ତମାନ ମୁକୁଲ ଅଖିଳ ଭାରତୀୟ କଂଗ୍ରେସ ସମିତିର ମହାସଚିବ ଥିବାବେଳେ ୧୯୮୪ ମସିହାରେ ୨୫ ବର୍ଷ ବୟସରେ ଲୋକସଭା ସାଂସଦ ହୋଇପାରିଥିଲେ |

ସମ୍ବନ୍ଧିତ ଖବର